ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗା ଓଠା ଜଳସେଚନ ପ୍ରକଳ୍ପ ମଞ୍ଜୁରୀ ,ଉପକୃତ ହେବେ ୨୫ ଗୋଟି ଗ୍ରାମର ଚାଷୀ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ,ଦେଦର ,ବାଙ୍କ ପଲ।ସ ଓ ବୁଡି ଦର ଗ୍ରାମ ପଞ୍ଚାୟତ ର ୨୫ ଗୋଟି ଗ୍ରାମର ଶହ ଶହ ଚାଷୀଙ୍କ ହଜାର ହଜାର ଏ କର ଜମି ଅଣ ଜଳସେଚିତ ହୋଇ ମରୁଡି ଓ ଦାଦନ ପ୍ରପୀଡ଼ିତ ଅଞ୍ଚଳକୁ ମେଗା ଓଠ। ଜଳସେଚନ ପ୍ରକଳ୍ପ ଦ୍ବାରା ଜଳ ସେଚିତ କରିବା ପାଇଁ ଅଞ୍ଚଳ ବାସୀଙ୍କର ଦୀର୍ଘଦିନ ର ଦାବି ରହିଥିଲା ।ଓଡିଶା ସରକାରଙ୍କ ୫ ଟି ସଚିବ ଭି କେ ପ।ଣ୍ଡିଆନ କଳାହାଣ୍ଡି ଗସ୍ତ ସମୟରେ କୃଷିଜୀବୀ କଲ୍ୟାଣ ସଂଘର ଆବାହକ ବିଶ୍ୱନାଥ କର ଙ୍କ ନେତୃତ୍ୱରେ ଶହ ଶହ ଚାଷୀଙ୍କ ଉପସ୍ତିତୁରେ ଲିଖିତ ଅଭିଯୋଗ କରିଥିଲେ ।ଏଥିରେ ୫ ଟି ସଚିବ ତୁରନ୍ତ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ବର୍ତ୍ତମାନ ଓଠ। ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ତୁରନ୍ତ ସର୍ଭେ କାର୍ଯ୍ୟ ଆରମ୍ଭ କରି ଓଠ। ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଉକ୍ତ ଅଞ୍ଚଳର ସମସ୍ତ ଜମିରେ ବ୍ୟାପକ ଜଳ ସେଚନର ବ୍ୟବସ୍ତା କରିବାକୁ ନିର୍ଦେଶ ଦେଇଛନ୍ତି ।ଗତକାଲି କଳାହାଣ୍ଡି ଜିଲ୍ଲା ମେଗା ଓଠ। ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ସରକାରଙ୍କ ନିର୍ଦେଶ ଓ ସର୍ଭେ କାର୍ଯ୍ୟର ପତ୍ର ଜୁନାଗଡ଼ କୃଷିଜୀବୀ କଲ୍ୟାଣ ସଂଘର ଆବାହକ ବିଶ୍ୱନାଥ କରଙ୍କୁ ହସ୍ତଗତ କରିଥିବା ଜଣା ପଡ଼ିଛି ।ଉକ୍ତ ପ୍ରକଳ୍ପ ନିର୍ମାଣ ହେଲେ ୫୦୦୦ ହେକ୍ଟର ଜମିରେ ଜଳ ସେଚନ ହୋଇପାରିବ ବୋଲି ଯନ୍ତ୍ରୀ କହିଛନ୍ତି ।ଏଣୁ ଉକ୍ତ ଅଞ୍ଚଳର ଜନ ସାଧାରଣ ଓ ଚାଷୀ ସଂଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,୫ ଟି ସଚିବ ଏବଂ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଡକ୍ଟର ରମାକାନ୍ତ ନାଏକଙ୍କୁ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ରୁ ପିଏଚଡି ଉପାଧି ପ୍ରଦାନ 

masiha

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

Sunil Chandra Nayak

ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଧୁମ ଧାମ ରେ ପାଳିଲେ ଗୁଡିଘାଟ ଗ୍ରାମବାସୀ 

masiha

Leave a Comment

error: Content is protected !!