ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

ନବରଙ୍ଗପୁର ( ୨୨-୧୨) (ରବି ନାରାୟଣ ମହାନ୍ତି)) ଜିଲ୍ଲା ପ୍ରଶାସନ ତଥା ରାଷ୍ଟ୍ରୀୟ ବାଲ ସ୍ମାସ୍ଥ୍ୟ କାର୍ଯ୍ୟକ୍ରମ,ନବରଙ୍ଗପୁର ଶାଖା ଦ୍ବାରା ଶିଶୁ ଏବଂ କିଶୋର କିଶୋରୀମାନଙ୍କ ଠାରେ ହୃଦ୍‌ରୋଗ ନିମନ୍ତେ ସର୍ଜରୀଆବଶ୍ୟକ ଥିବା ଶିଶୁ /କିଶୋର କିଶୋରୀମାନଙ୍କ ଚିହ୍ନଟୀକରଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ନବରଙ୍ଗପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନାରାୟଣ ହୃଦ୍‌ୟାଳୟ, ରାୟପୁରରୁବିଶେଷଜ୍ଞ ଦଳ ଆସିଥ‌ିବା ବେଳେ ଶ୍ରୀ ପ୍ରଶାନ୍ତ ଦାସ, ପରାମର୍ଶଦାତା, ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡ଼ିଶାଉପସ୍ଥିତ ରହି ଶିବିରର ତଦାରଖ କରିଥିଲେ । ଶିବିରର ପ୍ରାରମ୍ଭରେ ଡଃ, ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶିବିରର ଶୁଭାରମ୍ଭ କରିଥିଲେ । ଶିବିରରେ ସର୍ବମୋଟ ୬୯ ଜଣ ପିଲାଙ୍କସ୍ୱାସ୍ଥ୍ୟ ପରୀକ୍ଷା କରି ୩୯ ଜଣ ପିଲାଙ୍କୁ ଉଚ୍ଚତ୍ତର ଚିକିତ୍ସା କେନ୍ଦ୍ରକୁ ପ୍ରେରଣ କରିବା ପାଇଁ ଚିହ୍ନଟ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନସ୍ଥ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଦଳଗୁଡ଼ିକ ଦ୍ବାରା ଏହିଶିଶୁମାନଙ୍କୁ ଚିହ୍ନଟ କରାଯାଇ ଶିବିର କ୍ଷେତ୍ରକୁ ଅଣାଯାଇଥିଲା ଏବଂ ଶ୍ରୀ ଫିରୋଜ, ବାଘ, ଜିଲ୍ଲା ସହ-ପରିଚାଳକ ,ଆର., ବି. ଏସ୍. କେ. ଏହି ଶିବିରର ସଂଯୋଜନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ମନ୍ତ୍ରୀ ପ୍ରତିନିଧି ରମେଶ ସାହୁ ଶିବିର ପରିଦର୍ଶନ କରିଥିଲେ। ଶିବର ଶେଷରେ, ଡଃ. ନବକିଶୋର ବେହେରା ଡି. ପି. ଏଚ୍. ଓ., ଡଃ. ମଳୟ କୁମାର ତ୍ରିପାଠୀ ଏ ଡି ପି ଏଚ ଓ (ପରିବାର କଲ୍ୟାଣ),ଶ୍ରୀ ସୁଶାନ୍ତ ପ୍ରହରାଜ ଡି ପି ଏମ, ଏନ.ଏଚ୍.ଏମ ଙ୍କ ଉପସ୍ଥିତିରେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ ଶିବିରର ଉଦ୍‌ଯାପନ କରା ଯାଇଥିଲା ।

ନବରଙ୍ଗପୁରରେ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚୁଡାନ୍ତ ଭୋଟର୍ ତାଲିକା

Sunil Chandra Nayak

କଳାକାର ଭବନ ନିର୍ମାଣ ପାଇଁ କଳାକାରଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

masiha

ନୌକା ବିହାର ପର୍ଯ୍ୟଟନ ସ୍ଥଳୀ ଉଦଘାଟନ 

masiha

Leave a Comment

error: Content is protected !!