ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ “ଅନନ୍ତ” ଅନୁଷ୍ଠିତ 

ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ “ଅନନ୍ତ” ଅନୁଷ୍ଠିତ 

ନବରଙ୍ଗପୁର:(୨୧/୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ “ଅନନ୍ତ ” ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଦୁଲେଶ୍ୱର ଗେଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଓ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା,ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ପୂର୍ବତନ ନବରଙ୍ଗପୁର ମହାବିଦ୍ୟାଳୟ ରାଜନେତିକ ବିଜ୍ଞାନ ଅଧ୍ୟପକ ଡ଼. ବିଜୟ କୁମାର ମିଶ୍ର, ପୂର୍ବତନ ଶିକ୍ଷକ ଦୁର୍ଗା ଚରଣ ଦାସ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଟିକେଶ୍ବରୀ ପଟ୍ଟନାୟକ, ବାଣୀ ଆଛାରୀ, ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ଏନ. ଜନାର୍ଦ୍ଦନ ରାଓ, ଶିକ୍ଷକ ଆଲୋକ ଅଗ୍ରୱାଲ, ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଧାୟକ ଦ୍ବାରା ଆର୍ଟ ଗ୍ୟାଲେରି ଉଦ୍‌ଘାଟନ କରାଯାଇଥିଲା। ଅଗ୍ରପୂଜ୍ୟ ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ବୀପ ଧୂପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଏହାପରେ ଅଧ୍ୟକ୍ଷ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ନିର୍ମିତ କଳାକୃତି ଏବଂ ପରିବେଶ ଦେଖି ବିଧାୟକ ପ୍ରଶଂସା କରିଥିଲେ । ସେହିପରି ପାଠ ପଢ଼ିବା ଓ ମଣିଷ ଗଢ଼ିବା ବିଦ୍ୟାଳୟ ହେଉଛି ଏକ ମଣିଷ ଗଢିବା କାରଖାନା ବୋଲି କହିଥିଲେ । ଆଦର୍ଶ ବିଦ୍ୟାଳୟ ନିର୍ମାଣ ର ଉଦ୍ୟେଶ ହେଲା ଛାତ୍ରଛାତ୍ରୀ ଇଂରାଜୀ ରେ ବିଦ୍ୟା ଆହରଣ କରିବା ସହ ଇଂରାଜୀ ଶିକ୍ଷା ରେ ଉନ୍ନତି ହେବା | ଛାତ୍ରଛାତ୍ରୀ ମୌଳିକ ଜ୍ଞାନ ଆହରଣ କରିବା ଓ ତାକୁ ସ୍ୱକାର କରିବା କୁ ଅତିଥିମାନେ କହିଥିଲେ | ବିଦ୍ୟାଳୟ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ପୁରୁଷ୍କାର ବିଜେତା ଛାତ୍ରଛାତ୍ରୀ କୁ ଟ୍ରଫି ଓ ମାନପତ୍ର ଦେଇ ଅତିଥି ମାନେ ପୁରୁସ୍କୃତ କରିଥିଲେ l ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଚାକରି ପାଇଥିବା ଓ କୃତିତ୍ୱ ଲାଭ କରିଥିବା ଦିପେନ୍ଧୁ ପ୍ରଧାନ, ହରେକୃଷ୍ଣ ମିଶ୍ର, ଦେବାଶିଷ ମିଶ୍ର, ଜାନକୀ ଭତରା, ଦିବାକର ଯାନୀ, ଆଦିତ୍ୟ ପ୍ରସାଦ ଲେଙ୍କା, ସାହିଲ ହରିଜନ, ଲକ୍ଷ୍ମୀକାନ୍ତ ହରିଜନ କୁ ଉପଢ଼ୋକନ ଦେଇ ସଂମ୍ମାନିତ କରାଯାଇଥିଲା l କଳା ଶିକ୍ଷକ ମାଧବ ମଣ୍ଡଳ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶୁଚିସ୍ମିତା ନାୟକ,ସମୀର ନାଏକ,ହିମାଂଶୁ ଶେଖର ଭତ୍ରା,ସପ୍ନା ସିଂ,ନନ୍ଦିକିଶୋର ଶବର,ତ୍ରିଲୋଚନ ମେହେର, ପ୍ରିୟବ୍ରତ ନାଗ,ଦେବବନ୍ଧୁ ଦେବଦାସ ଜେନା, କିଶୋର ଚନ୍ଦ୍ର ବିଶୋଇ,ଗୁରୁ ଦାସ ମେହେର,ବିନୟ ରଞ୍ଜନ ମେହେର,ସିଧୁ ଭୋଇ,ଶୁଭସ୍ମିତା ମାଟି, ସୁମନ୍ତ ମାଝୀ,ଚନ୍ଦନା ମିସ୍ତ୍ରୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

( ମ ନି ସ )

Related posts

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ , ଲୋଗୋ ଓ ଟୋପି ଉନ୍ମୋଚିତ ,ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ 

masiha

ଏଗାର ମାସ ହେଲା ହିତାଧିକାରୀଙ୍କୁ ମିଳିନି ଭତ୍ତା

ଅଯୋଧ୍ୟା ରେ ରାମଲାଲା ଙ୍କ ଦର୍ଶନ ପାଇଁ ହଜାରେ କିମି ପଦଯାତ୍ରା

masiha

Leave a Comment

error: Content is protected !!