ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

ବନ୍ଧୁଗାଁ,ତାରିଖ ୫/୭/୨୩, ପୋଟାଙ୍ଗି ନିର୍ବାଚନ ମଣ୍ଡଳିର ସେମିଲିଗୁଡା ବ୍ଲକର ସେମିଲିଗୁଡା ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧକ୍ଷା ଲିଲି ଅଣ୍ଟାବିରିଆ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀଯୁକ୍ତ ପିତମ ପାଢ଼ୀ ସାଂସଦ ପ୍ରତିନିଧି ଜଗତରାୟ ଖିନିବୁଡି, ଜୋନ ୧ ଜିଲ୍ଲା ପରିଷଦ ଶ୍ରୀମତୀ ଯଶୋଦା ଖିଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମିଲିଗୁଡା ସବ୍ୟସାଚି ବେହେରା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଣ୍ଡାଗିରି ବ୍ଲକ ସମ୍ପ୍ରସାରଣ ଅଧିକାରୀ ସତର ଗୋଟି ପଞ୍ଚାୟତର ସରପଞ୍ଚ ସମିତି ମେମ୍ବର ଏବଂ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ରହିଥିଲେ l ଏଥିରେ ମୁଖ୍ୟତ ପ୍ରତ୍ୟକ ଗାଁରୁ ଆସିଥିବା ଲୋକେ ଜଳ, ଗାଁକୁ ପକା ରାସ୍ତା, ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା, ଏମ.ଜୀ.ଏନ.ଆର.ଈ.ଜି.ଏ. କାମରେ ଅନ୍ତର୍ଭୁକ୍ତ ହିତାଧି କାରି ମାନଙ୍କ ଖାତରେ କାମ ଅନୁଯାଇ ଟଙ୍କା ଛଡାଯାଉ, ବର୍ତ୍ତମାନ ମୋ ଘର ଯୋଜନାରେ ଘର ପାଇଥିବା ହିତାଧି କାରିଙ୍କୁ ଘର ସୁଲୁକ ଭାବରେ କରିବା ପାଇଁ ସହଯୋଗ ଓ ଉଚିତ କାମ ଅନୁଯାଇ ତାଙ୍କ ଖାତାକୁ ଟଙ୍କା ପୈଠ କରାଯାଉ ଓ ସରକାରଙ୍କ ସମସ୍ତ ସୁବିଧା ଗାଁ ଗାଁକୁ ପହଁଞ୍ଚୁ ଲୋକେ ତାର ଫାଇଦା ପାଇ ଉପଭୋଗ କରନ୍ତୁ ବୋଲି ଶ୍ରୀ ପାଡ଼ି ଆଜିର ବୈଠକରେ ଉପସ୍ଥିତ ରହିଥିବା ସମସ୍ତ ସରକାରୀ କର୍ମଚାରି ଓ ସାଧାରଣ ଜନତାଙ୍କୁ ବୁଝାଇଥିଲେ I ଆଜିର ସମିତି ବୈଠକରେ କିଛି ଗାଁରେ ନୂତନ ଭାବରେ ନୂତନ କାମ ରଖା ଯିବା ପାଇଁ ମଧ୍ୟ ଲିଖିତ ଭାବରେ ଦେଇଥିବାର ଜାଣିବାକୁ ମିଳିଛି I ଆଜିର ସମିତି ବୈଠିକ ଶାନ୍ତି ଓ ସୁରୁଖୁରୁରେ ଭାରେ ହୋଇଯାଇଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଧର୍ମ ପରାୟଣ ମହିଳା ଙ୍କ ବିୟୋଗରେ ଶୋକ

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!