ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବାକେନ୍ଦ୍ରର ମିଳିତ ଅଭିଯାନ, ଡୋକରୀଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୪/୩- କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରୀଚଞ୍ଚରାରେ ଥିବା ମଧୁ ମାଧବ ତୀର୍ଥ ଶ୍ରୀ ରାମ ମନ୍ଦିରରେ ଆସନ୍ତା ୨୯ ତାରିଖରୁ ଅପ୍ରେଲ ୬ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ ନବମୀ ମହୋତ୍ସବ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବ। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ବରାଡଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଓ ଯୁବ ସମାଜସେବୀ ସୋନୁ ଅଗ୍ରୱାଲଙ୍କ ତତ୍ୱାବଧାନରେ କଳାହାଣ୍ଡି ନେହେରୁ ଯୁବାକେନ୍ଦ୍ର ସହ ଅନୁବନ୍ଧିତ ଥିବା କୋକସରା ବ୍ଲକର ଯୁବ କ୍ରିୟାନୁଷ୍ଠାନ କମିଟି ଶିଉନି, ନେହେରୁ ଯୁବକ ସଙ୍ଘ ବଙ୍ଗୋମୁଣ୍ଡା ଓ ରାଜୀବ ଯୁବକ ସଂସଦ ପାତ୍ରବସା ଗ୍ରାମର ଯୁବକ ଗୋଷ୍ଠିଙ୍କ ମିଳିତ ପ୍ରଚେଷ୍ଟାରେ ପର୍ଯ୍ୟଟନ ସ୍ଥଳୀର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜନା ଗୋଟାଇ ସଫାସୁତୁରା କରିଛନ୍ତି। କାର୍ଯ୍ୟକ୍ରମରେ ନେହେରୁ ଯୁବାକେନ୍ଦ୍ରର ରାଷ୍ଟ୍ରୀୟ ସ୍ବେଚ୍ଛାସେବୀ ଦୁର୍ମାନ୍ୟ ଶବର, ଭୁବନେଶ୍ବର ଦିଶାରୀ, ଖଗେଶ୍ବର ନାଏକ, ତୁଳସିରାମ ପୁଝାରି, ଉପେନ୍ଦ୍ର ପୁଝାରି, ଦୀପକ ରାଉତ, ବସନ୍ତ ଦିଶାରୀ, ତ୍ରିନାଥ ପୁଝାରି, ଭୋଳାନାଥ ମାଝୀ, ଡିଙ୍ଗର ବାଗ, ଏକାଙ୍ଗ ଦୁର୍ଗା, ହେମନ୍ତ ସୁନା, ପ୍ରଦୀପ ପୁଝାରି, ଡିଙ୍ଗର ବଚ୍ଛା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଗୁଡହାଣ୍ଡି ଉନ୍ନୟନ କମିଟିର କର୍ମକର୍ତ୍ତା ମାନେ ମଧ୍ୟ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ଙ୍କୁ କାର୍ଯ୍ୟରତ ଏସ,ଇଏମ କର୍ମଚାରୀ ଙ୍କ ଦାବୀ ପତ୍ର ପ୍ରଦାନ

Local Employment Crisis: Bissamcuttack MLA Slams Vedanta

masiha

ପରିଚୟ ତରଫରୁ ଯୁବ କଳାକାର ସମାବେଶ

Sunil Chandra Nayak

Leave a Comment

error: Content is protected !!