ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ବ୍ଲକ ନବମ ସମିତି ବୈଠକ ଅନୁଷ୍ଠିତ

ରାୟଗଡ଼ ବ୍ଲକ ନବମ ସମିତି ବୈଠକ ଅନୁଷ୍ଠିତ

ରାୟଗଡ଼ା , ତା: ୧୯.୦୭.୨୦୨୪. //     ରାୟଗଡ଼ା ପଞ୍ଚାୟତ ସମିତିର ନବମ ସମିତି ବୈଠକ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ରାୟଗଡ଼ା ବିଧାୟକ ଆପଲାସ୍ଵାମୀ କାଡ୍ରାକା, ସମିତି ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେସିକା, ପଦ୍ମାବତୀ ମାଣ୍ଡାଙ୍ଗି ଓ ସନ୍ଧ୍ୟା ପୁଲାକା, ବିଡିଓ ଅମୂଲ୍ୟ କୁମାର ସାହୁ , ଏବିଡିଓ କାଳୁ ଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । 

 ମାନ୍ୟବର ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ନିଜ ବକ୍ତବ୍ୟରେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ଅଞ୍ଚଳର ବିକାଶ ନିମନ୍ତେ ସଂକଳ୍ପିତ ହେବାକୁ ପ୍ରବର୍ତ୍ତାଇଥିଲେ । ବିଭିନ୍ନ ଯୋଜନାରେ ପ୍ରାପ୍ତ ଅନୁଦାନ ପାଣ୍ଠିର ବିନିଯୋଗ ସ୍ଥିତି ସମୀକ୍ଷା କରିବା ସହ ଯଥାଶୀଘ୍ର ସେଗୁଡ଼ିକର ବିନିଯୋଗ ନିମନ୍ତେ ସମିତି କର୍ମକର୍ତ୍ତାଙ୍କୁ ତାଗିଦ କରିଥିଲେ । କେତେକ ପ୍ରକଳ୍କ ଅଦ୍ୟାବଧି ପ୍ରାରମ୍ଭ ହୋଇନଥିବା ବିଷୟରେ କ୍ଷୋଭ ପ୍ରକାଶ କରିଥିଲେ । ଅନୁଦାନ ବିନିଯୋଗ ଦ୍ଵାରା ନୂତନ ସମ୍ପତ୍ତି ସୃଷ୍ଟି ହେବା ସହ ବିକାଶ ତ୍ଵରାନ୍ୱିତ ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ । ମାନ୍ୟବର ବିଧାୟକ ଯୋଗଦେଇ ଦଳ ନିର୍ବିଶେଷରେ ସମସ୍ତେ ରାୟଗଡାର ବିକାଶ ନିମନ୍ତେ ଏକାକାର ହେବା ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକରି ନିଜ ଦାୟତ୍ଵ ନିର୍ବାହ କରିବା ପାଇଁ କହିଥିଲେ । ପାନୀୟ ଜଳ, ଶିକ୍ଷା , ସ୍ଵାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ଗୁରୁତ୍ଵ ଆରୋପ କରିଥିଲେ । ବର୍ଷାଦିନ ଆସୁଥିବାରୁ ଡେଙ୍ଗୁ , ମ୍ୟାଲେରିଆ , ଆଦି ରୋଗକୁ ଦମନ ନିମନ୍ତେ ପଦକ୍ଷେପ ପାଇଁ ସ୍ଵାସ୍ଥ୍ୟ ଓ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା । ଶିକ୍ଷା, ସ୍ଵାସ୍ଥ୍ୟ, ବିଜୁଳି, ପାନୀୟଜଳ, ସାମାଜିକ ସୁରକ୍ଷା, କୃଷି, ପ୍ରାଣିଧନ, ଜଙ୍ଗଲ, ମହିଳା ଓ ଶିଶୁ ବିକାଶ, ସାଧାରଣ ବଣ୍ଟନ , ଶ୍ରମିକ କଲ୍ୟାଣ, ମତ୍ସ୍ୟ , ଜୀବିକା ମିଶନ ଆଦି ବିଭାଗୀୟ କର୍ମକର୍ତ୍ତା ଯୋଗଦେଇ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

masiha

ରାୟଗଡାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ

masiha

ମହିଳା ଉପରେ ମାଡିଗଲା ଟ୍ରକ, ଜଣେ ମୃତ 

masiha

Leave a Comment

error: Content is protected !!