ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗୀୟ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗୀୟ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ

ସୁନ୍ଦରଗଡ଼, ୨୦/୦୫/୨୬:  ଆସନ୍ନ ମୌସୁମୀ ଋତୁରେ ବନ୍ୟା ପରିସ୍ଥିତିର ପରିଚାଳନା ନିମନ୍ତେ ଆଜି ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ସଦର ବିଧାୟକ ଶ୍ରୀ ଯୋଗେଶ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପ-ଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା , ଡେପୁଟି କଲେକ୍ଟର (ଜରୁରୀକାଳୀନ) ଶ୍ରୀ ଅଶ୍ୱିନୀ କୁମାର ପଣ୍ଡା ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। 

ବୈଠକରେ ବନ୍ୟା ପ୍ରଭାବକୁ ହ୍ରାସ କରିବା ତଥା ଜୀବନ ତଥା ସମ୍ପତ୍ତିର ସୁରକ୍ଷା ପାଇଁ ସମନ୍ୱିତ ପ୍ରସ୍ତୁତି, ସମୟୋଚିତ ପଦକ୍ଷେପ ଏବଂ ଆନ୍ତଃ-ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ଵାରୋପ କରଯାଇଥିଲା। ବନ୍ୟା ପ୍ରସ୍ତୁତି ଏବଂ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ଦିଗ ଗୁଡ଼ିକ ଉପରେ ଆଲୋଚନା କରାଯାଇଥଲା, ଯେପରିକି :

  ବନ୍ୟା ପ୍ରଭାବିତ ଲୋକଙ୍କୁ ନିରାପଦ ସ୍ଥଳକୁ ସ୍ଥାନାନ୍ତରିତ କରିବା, ତଳିଆ ଅଞ୍ଚଳର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ଗୃହକୁ ସ୍ଥାନାନ୍ତରିତ କରିବା, ଅସ୍ଥାୟୀ ଆଶ୍ରୟ ଗୃହ ଗୁଡିକୁ ଚିହ୍ନଟ କରିବା ଆଦି ।ଏହା ସହିତ ରାସ୍ତା ବିଚ୍ଛିନ୍ନ ହେବା ସ୍ଥିତିରେ ଏହାର ତୁରନ୍ତ ପୁନରୁଦ୍ଧାର କରି ପରିବହନ ତଥା ଜରୁରୀକାଳୀନ ସେବା ଗୁଡ଼ିକ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ବୈଠକରେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ସେହିଭଳି ମୌସୁମୀ ଋତୁରେ ପ୍ରଭାବିତ ପରିବାର ଗୁଡ଼ିକୁ ସମୟରେ ପଲିଥିନ୍ ବଣ୍ଟନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରମାନଙ୍କ ମଧ୍ୟରେ ଉଚିତ୍ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିଭି ଜଳବନ୍ଦୀ ସମସ୍ୟାର ସମାଧାନ ନିମନ୍ତେ ରାଉରକେଲା ମହାନଗର ନିଗମ ତଥା ସମସ୍ତ ପୌର ପରିଷଦରର ନିର୍ବାହୀ ଅଧିକାରୀମାନଙ୍କୁ ମୌସୁମୀ ପୂର୍ବରୁ ସମସ୍ତ ଡ୍ରେନ୍ ଏବଂ ପାଇପଲାଇନ ଗୁଡ଼ିକ ସଫେଇ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ଏବଂ ଡ୍ରେନେଜ୍ ବ୍ୟବସ୍ଥାର ମାଷ୍ଟର ପ୍ଲାନ ଦାଖଲ ମଧ୍ୟ କୁହାଯାଇଥିଲା। 

 ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ସିଡିଏମଓ ଙ୍କୁ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ଇଞ୍ଜେକ୍ସନ , ଓ ଆର୍ ଏସ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଓଡ୍ରାଫ (ODRAF) ଏବଂ ଅଗ୍ନିଶମ ବାହିନୀକୁ ବନ୍ୟା ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଆବଶ୍ୟକୀୟ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। 

 ସେହିଭଳି ଜରୁରୀକାଳୀନ ପରିସ୍ଥିତିରେ ବିଦ୍ୟୁତ୍ ସେବା ବନ୍ଦ (Power Shutdown) କରିବା ପୂର୍ବରୁ ଡାକବାଜି ଯନ୍ତ୍ର ଏବଂ ଏସଏମଏସ (SMS) ଆଲର୍ଟ ମାଧ୍ୟମରେ ସର୍ବସାଧାରଣଙ୍କୁ ଆଗୁଆ ସୂଚନା ପ୍ରଦାନ କରିବାକୁ ଟି ପି ଡବ୍ଲୁ ଓ ଡି ଏଲ ଙ୍କୁ ନିର୍ଦେଶ ଦିଆଯାଇଥିଲା ଏବଂ କୌଣସି ସମୟରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିଲେ ତୁରନ୍ତ ତାହାକୁ ପୁନଃସ୍ଥାପନ କରିବାକୁ କୁହାଯାଇଥିଲା।

 ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୋପାଳନ ତଥା ଗୃହପାଳିତ ପଶୁମାନଙ୍କର ଉଦ୍ଧାର ଏବଂ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ସରଞ୍ଜାମର ମହଜୁଦ୍ ରଖିବା ଏବଂ କର୍ମଚାରୀଙ୍କ ନିୟୋଜନ ସୁନିଶ୍ଚିତ କରିବାକୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଥିଲା। ସେହିପରି ମୌସୁମୀ ପୂର୍ବରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ କ୍ଲୋରିନେସନ୍ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଏବଂ ୱାଟକୋ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଫସଲ ଅମଳ ପରେ ଶସ୍ୟ ଗୁଡିକୁ ସୁରକ୍ଷିତ ସଂରକ୍ଷଣ ପାଇଁ କୃଷି ଏବଂ ସମବାୟ ବିଭାଗ ପକ୍ଷରୁ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉପରେ ଆଲୋଚନା ହୋଇଥିଲା।ସେହିପରି ଫସଲ ନଷ୍ଟ ହ୍ରାସ କରିବା ପାଇଁ ଉପଯୁକ୍ତ ଜଳ ନିଷ୍କାସନ ଏବଂ ଆଗୁଆ ଫସଲ ଅମଳ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।  ବୁଡ଼ିଯିବା ଭଳି ଦୁର୍ଘଟଣାକୁ ରୋକିବା ପାଇଁ ପୋଲିସ ସହ ସମନ୍ୱୟ ରକ୍ଷା କରି ପିକନିକ୍ ଏବଂ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଉପରେ ନଜର ରଖିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଜଳବନ୍ଦୀ ଏବଂ ଜଳର ଅଧିକ ପ୍ରବାହ ରୋକିବା ପାଇଁ ମୌସୁମୀ ଆରମ୍ଭ ହେବା ପୂର୍ବରୁ କ୍ଷତିଗ୍ରସ୍ତ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ ଏବଂ ପୋଖରୀଗୁଡ଼ିକର ମରାମତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  

ବୈଠକରେ ଆନ୍ତଃ-ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ସମଗ୍ର ଜିଲ୍ଲାରେ ବନ୍ୟା ପ୍ରସ୍ତୁତି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକ ରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରିୟ କାର୍ଯ୍ୟାଳୟ ଠାରେ ଭାରତ ରତ୍ନ Dr B.R AMBEDKAR JAYANTI ପାଳିତ

masiha

ଆସନ୍ତା ୨ତାରିଖ ରୁ ବହୁଚରା ମାତାଙ୍କ ଷୋହଳ ପୂଜା

masiha

ଦନ୍ତ ଚିକିତ୍ସକ ସଂଘର ଅଧିଷ୍ଠାନ ଉତ୍ସବ, ଡା. ମାଇତି ହେଲେ ନୂତନ ସଭାପତି

Sunil Chandra Nayak

Leave a Comment

error: Content is protected !!