ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ପୂଜା ଉପଲକ୍ଷେ ଲୋକ କଳା ଉତ୍ସବ ପାଳନ

ସରସ୍ବତୀ ପୂଜା ଉପଲକ୍ଷେ ଲୋକ କଳା ଉତ୍ସବ ପାଳନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଅନ୍ତର୍ଗତ ଦାବିରି ଗ୍ରାମରେ ମହାସମାରୋହରେ ସରସ୍ବତୀ ପୂଜା ଓ କଳା ଉତ୍ସବ ଉତ୍ସବ ପାଳନ ସମାପନ ହୋଇଯାଇଅଛି l ପଲ୍ଲୀ ବିକାଶ ଆୟୋଜନ ରେ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତା ରେ ଅଞ୍ଚଳର ଲୋକ କଳାକାର ମାନଙ୍କ ଦ୍ୱାରା ଲୋକ କଳାର ପୁନଃରୁଦ୍ଧାର ଓ ପ୍ରଚାର ପ୍ରଶାର ପାଇଁ ବିଭିନ୍ନ ଗ୍ରାମରୁ ଲୋକ ନାଟକ, ସୁଆଙ୍ଗ,ଖଞ୍ଜଣୀ, ଘୁଡୁକା, ବାଦ୍ୟ, ପଞ୍ଚବାଦ୍ୟ, ସଂକୀର୍ତ୍ତନ୍ୟ,ଲୋକ ଗୀତ, ଲୋକ ନାଟକ, ଲୋକ ନୃତ୍ୟ ତଥା ବିଭିନ୍ନ ପ୍ରକାର ଲୋକ କଳା ମାଧ୍ୟମରେ କଳାକାର ମାନଙ୍କ ଦ୍ୱାରା କଳା ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରି ଥିଲେ l ବହୁ ସଂଖ୍ୟାରେ କଳା ପ୍ରେମୀ ଓ କଳାକାର ମାନଙ୍କ ସମାଗମ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅମିଲ ପୁଟେଲ (ପଶ୍ଚିମ ଓଡିଶା ଲୋକ କଳା ପୁନଃରୁଦ୍ଧାର ପରିଷଦ ଟିକ୍ରାପଡା ),ତୁରେକେଲା ବ୍ଲକ ସମ୍ବର୍ଦ୍ଧିତ କଳାକାର ଶ୍ରୀଯୁକ୍ତ ଭକ୍ତବନ୍ଧୁ ମେହେର, ଅନୁଷ୍ଠାନ ସଭାପତି ଶ୍ରୀଯୁକ୍ତ ଚମ୍ପେଶ୍ୱର ନାଗ, ସମ୍ପାଦକ ଈଶ୍ୱର ଭୋଇ,ଉପ ସଭାପତି ଶ୍ରୀଯୁକ୍ତ ରାମେଶ୍ୱର ନାଗ, ସଂକୀର୍ତ୍ତନ୍ୟ ବାୟକ ଶ୍ରୀଯୁକ୍ତ ତୁଲାରାମ ବନଛୋର, କଳାପ୍ରେମୀ ଶ୍ରୀଯୁକ୍ତ ଡିଙ୍ଗର ହଂସ, ଭାଗବତ ଅନୁଷ୍ଠାନ ଶ୍ରୀମତୀ ରମାକାନ୍ତି ପରାଭୂଏ,ଶ୍ରୀମତୀ ଉଷାବତୀ ଚନ୍ଦନ, କାଳୀମତି ପରାଭୂଏ, ସୁଶୀଳା ପରାଭୂଏ, ମିନତୀ ନାଗ, ଦ୍ରୌପଦୀ ବାଗ, କେଶରୀ ନାଗ,ବିଳାଶ ଚନ୍ଦନ,କଳାକାର ମାନଙ୍କ ଭବିଷ୍ୟତ ଉପରେ ଧ୍ୟାନ ଆକର୍ଷଣ କରି, କେମିତି ଆଗାମୀ ପିଢ଼ି କଳାକାର ମାନେ ଉପକୃତ ହୋଇପାରିବେ ଓ ଆମ କଳା ସଂସ୍କୃତି ବଞ୍ଚି ରହିବ ସେଥି ପ୍ରତି ଧ୍ୟାନ ଆକର୍ଷଣ ପୂର୍ବକ ପାରମ୍ପରିକ କଳା ଓ କଳାକାର ମାନଙ୍କ ବିଷୟରେ ଉଦବୋଧନ ଦେଇଥିଲେ l ଉକ୍ତ ଉତ୍ସବ ଟି ମହା ସମାରୋହ ରେ ବହୁତ ସୁନ୍ଦର ଓ ଶୃଙ୍ଖଳାରେ ସମାପନ ହୋଇଥିଲା l 

ମୀନକେତନ ନୀଆଲ୍ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତରାଜ ଉଚ୍ଚବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

ଛତିଶଗଡ ଚାଲାଣ ବେଳେ ଧାନ ଗାଡ଼ି ଓଲଟିଲା

Sunil Chandra Nayak

ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା-୨୦୨୬ 

Sunil Chandra Nayak

Leave a Comment

error: Content is protected !!