ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ପ୍ରସଙ୍ଗ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ପ୍ରସଙ୍ଗ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

କଲମପୁର -୨୭/୧(ମସିହା ) ଗତ ଶନିବାର ବିଳମ୍ବିତ ରାତିରେ ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଥୁଆମୂଳ ରାମପୁର ପଟରୁ ସିଂଘାରି ଘାଟି ପଥଦେଇ ନିଜ ଘରକୁ ସଂପୃକ୍ତ ଗାଡି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହି ଗାଡିରେ ମକା ମଞ୍ଜି ବୋଝେଇ ହୋଇଥିବା ବେଳେ ଏହା କଲମପୁର ଥାନା ଅନ୍ତର୍ଗତ ବୋଦେଲବନ୍ଧ ଗ୍ରାମର ରୂପେଶ ଅଗ୍ରୱାଲଙ୍କ ଗାଡି ବୋଲି ଜଣାଯାଇଥିଲା, ତେବେ ଏହି ଗାଡିର ଚାଲକ ଓ ସହଯୋଗୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା କୁହାଯାଇ ଥିବା ବେଳେ ସିଂଘାରି ଘାଟିର ଶେଷ ମୁଣ୍ଡ ବୁଲାଣୀ ନିକଟରେ ସୁରକ୍ଷା ବାଡକୁ ଡେଇଁ ପିକଅପ ଗାଡି ଶହେ ଫୁଟ ତଳକୁ ଖସିପଡି ଥିଲା, ରବିବାର ଦିନ ଅପରାହ୍ନ ସମୟରେ ଏହି ଗାଡିକୁ ଉଦ୍ଧାର କରାଯାଇଥିଲା, ଏହି ଘଟଣା ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଛି, ସାମାନ୍ୟ ଦୁର୍ଘଟଣା ହେଲେ ବା ନୀୟମ ନ ମାନିଲେ ପୋଲିସ ବିଭିନ୍ନ ନୀୟମକାନୁନ ଦେଖାଇ ଗାଡି ଜବତ କରିବାକୁ ପଛାଉ ନ ଥିବା ବେଳେ ଏହି ଘଟଣାରେ ପୋଲିସ ଘଟଣାସ୍ଥଳକୁ ମଧ୍ୟ ପହଞ୍ଚି ପାରିଲା ନାହିଁ, ସେହି ପଥ ଦେଇ ଯାତାୟତ କରୁଥିବା ଲୋକେ ଏହି ଘଟଣା ପାଇଁ ନାନାପ୍ରକାର ହଇରାଣ ହରକତ ହେଲେ କିନ୍ତୁ ପୋଲିସ ବାବୁ ମାନେ ଏ ବିଷୟରେ ମଧ୍ୟ ସାମାନ୍ୟତମ ସେବା ପ୍ରଦାନ କଲେ ନାହିଁ, ଏବେ ଏହା ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଏହି ଘଟଣା ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି, ସେହି ଗାଡ଼ିରେ ମକା ମଞ୍ଜି ଥିଲା ନା ଆଉକିଛି ଥିଲା,ଯଦି ମକା ମଞ୍ଜି ଥିଲା ତେବେ ତାହା କାହାର ଓ କାହିଁକି ରାତିରେ ଚାଲାଣ ହେଉଥିଲା, ଗାଡ଼ିରେ ଚାଲକ ଓ ସହଯୋଗୀ ଦୁଇଜଣ ଥିଲେ, କେମିତି ଦୁଇଫୁଟ ସୁରକ୍ଷା ବାଢକୁ ଡେଇଁ ଗାଡି ଶହେ ଫୁଟ ତଳକୁ ଖସି ପଡିଲା, ଗାଡି ସଂପୂର୍ଣ୍ଣ ଚୁରମାର ହୋଇଥିବା ବେଳେ ସେଥିରେ ଥିବା ଚାଳକ ଓ ସହଯୋଗୀଙ୍କୁ କେଉଁ ପରିସ୍ଥିତିରେ ସାମାନ୍ୟତମ ଆଘାତ ବି ଲାଗିଲା ନାହିଁ,କାରଣ ଚାଳକ ଗାଡି ଶହେ ଫୁଟ ତଳକୁ ଖସିଥିବା ପର୍ଯ୍ୟନ୍ତ ଗାଡିରେ ବସି ଥିବା ପ୍ରକାଶ କରିଛନ୍ତି, କାହିଁକି ପୋଲିସକୁ ସୂଚନା ନ ଦେଇ ତରବରିଆ ଭାବେ ଗାଡିକୁ ଉଦ୍ଧାର କରାଗଲା, ଘଟଣା ସ୍ଥଳରେ ହିଁ ବୀମା କମ୍ପାନୀ ସହିତ ଯୋଗାଯୋଗ କରାଗଲା, ହେଲେ ବୀମା କମ୍ପାନୀ କର୍ମଚାରୀ ନ ପହଁଞ୍ଚିବା ପୂର୍ବରୁ କେଉଁ ଆଧାରରେ ଗାଡି ଉଠାଇ ଘଟଣା ସ୍ଥଳରୁ ଅନ୍ୟ ସ୍ଥାନକୁ ନିଆଗଲା, ଘଟଣା ଘଟିବାର ତିନି ଦିନ ପରେ ମଧ୍ୟ ପାଖରେ ସୂଚନା ନାହିଁ,ଏହାର ଅସଳ କାରଣ କଣ ହେଇପାରେ,ନା ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ତାହା ହିଁ ତଦନ୍ତ ସାପେକ୍ଷ, ଏନେଇ କଲମପୁର ଥାନା ଅଧିକାରୀ ବିଶ୍ବମ୍ବର କଁହର ଘଟଣା ସ୍ଥଳ ଆମ ଏରିଆ ନୁହଁ କି କିଏ ଆମ ପାଖରେ ଏପର୍ଯ୍ୟନ୍ତ ଅଭିଯୋଗ କରି ନାହାନ୍ତି ବୋଲି କହିଛନ୍ତି, ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ମୋ ପାଖରେ ସୂଚନା କି ଅଭିଯୋଗ ନାହିଁ, ଯଦି ହେଇଛି ଏଭଳି ତେବେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି,ଏଦୁଇ ଥାନା ଅଧିକାରୀଙ୍କ ପ୍ରତିକ୍ରିୟାରୁ ପୋଲିସ ପ୍ରଶାସନର ପାରିଲା ପଣିଆକୁ ସହଜରେ ହିଁ ବାରି ହୋଇ ପଡ଼ିଛି, ଘଟଣା ଘଟିବାର ତିନି ଦିନ ବିତିଲାଣି,ସେଠାରୁ ଚିହ୍ନବର୍ଣ୍ଣ ଉଭାନ ହୋଇ ସାରିଲାଣି ଅଥଚ ପୋଲିସ କହୁଛି ଜାଣି ନାହୁଁ,ଏହା ଠାରୁ ଆଉ ବିଚିତ୍ର ବ୍ୟବସ୍ଥା କଣ ହୋଇପାରେ, ଗରିବଙ୍କ ସକାଶେ ନୀୟମ କାନୁନ କେତେ କଣ ଦେଖା ଯାଉଥିବା ବେଳେ ଆର୍ଥିକ ସ୍ଵଛଳ ଲୋକଙ୍କ ପାଖରେ ସବୁକିଛି ଫୁସ, ଏହାହିଁ ବିଡ଼ମ୍ବନା, 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା ସହ ମୌଳିକ ସୁବିଧା ପ୍ରଦାନ କରିବା ଦାବି ରେ ଦାବିପତ୍ର ପ୍ରଦାନ

masiha

ଲଡୁଗାଁରେ ବ୍ଲକ ସ୍ତରୀୟ ପର୍ଶୁରାମ ଜନ୍ମୋତ୍ସଵ, ଜୟ ପର୍ଶୁରାମରେ ପ୍ରକମ୍ପିତ ହେଲା ସହର

Sunil Chandra Nayak

ଯୋରନ୍ଦା ମହିମା ପୀଠରେ ପୂଜାର୍ଚ୍ଚନା ସହ ମହିମା ସାଧୁଙ୍କଠାରୁ ଆଶୀର୍ବାଦ ନେଲେ ଭି. କେ ପାଣ୍ଡିଆନ , ଯୋରନ୍ଦା ସ୍କୁଲ ପରିଦର୍ଶନ କଲେ

Leave a Comment

error: Content is protected !!