ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର କେଭିର ପ୍ରଥମ ବାର୍ଷିକ ଉତ୍ସବ ପାଳନ , ଉତ୍କର୍ଷତା ପାଇଁ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

କାମାକ୍ଷାନଗର କେଭିର ପ୍ରଥମ ବାର୍ଷିକ ଉତ୍ସବ ପାଳନ , ଉତ୍କର୍ଷତା ପାଇଁ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

କାମାକ୍ଷାନଗର – କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ବ୍ରାହ୍ମଣୀ ତରଙ୍ଗ-୧ ବେଶ୍ ଧୁମଧାମରେ ପାଳନ ହୋଇଯାଇଛି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପରିସରରେ ଥିବା ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ସମ୍ମନୀତ ଅତିଥୀ ଭାବରେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୀପକ ମିଶ୍ର,, କାମାକ୍ଷାନଗରର ସହକାରୀ ଜିଲ୍ଲାପାଳ ଜ୍ୟୋତିରୂପା ଶତପଥୀ, କାମାକ୍ଷାନଗର ତହସିଲଦାର ସୂର୍ଯ୍ୟକାନ୍ତ ବରାଳ ମହୋଦୟ ଯୋଗ ଦେଇଥିଲେ । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରହଲ୍ଲାଦ କୁମାର ମିଶ୍ର । ବର୍ଣ୍ଣାଢ୍ୟ ପରିବେଶରେ ବିଦ୍ୟାଳୟର ବିଭିନ୍ନ ବିଭାଗରରେ ସଫଳତା ହାସଲ କରିଥିବା ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରିଥିବା ପଞ୍ଚମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ସାହୁ, କ୍ଲଷ୍ଟର ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଚତୁର୍ଥ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଆରାଧନା ଖଟୁଆଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଦୁଇ ଜଣ ଛାତ୍ରୀ ଆଞ୍ଚଳିକ ସ୍ତରରେ ନୂତନ ଭାବରେ ସ୍ଥାପିତ ହୋଇଥିବା କାମାକ୍ଷାନଗର କେଭି ପାଇଁ ବଡ଼ ସୁନାମ ଆଣିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ବିବରଣୀ ଏବଂ ସଫଳତା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମ୍ମୁଖରେ ରଖିଥିଲେ ଅଧ୍ୟକ୍ଷ ପ୍ରହଲ୍ଲାଦ କୁମାର ମିଶ୍ର । 

      ଚଳିତ ବର୍ଷ କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟ ଏହାର ପ୍ରଥମ ବାର୍ଷିକ ଉତ୍ସବ ବ୍ରାହ୍ମଣୀ ତରଙ୍ଗ-୧ ପାଳନ କରିଛି । ମୋଟ୍ ୪ଟି ହାଉସ ସୁବାସ, ଟାଗୋର, ଅଶୋକା, ରମଣ ହାଉସ ମଧ୍ୟରୁ ଟାଗୋର ହାଉସକୁ ଚାମ୍ପିଅନ ହୋଇଥିଲା । ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ଶିକ୍ଷକ ଭୋଳେଶ୍ବର ବେହେରା । କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ରାକେଶ ରଂଜନ ପ୍ରଧାନ, ପ୍ରଦୀପ ବେହେରା, ଜ୍ଞାନ ରଂଜନ ସାହୁ, ଶିକ୍ଷୟିତ୍ରୀ ନିକିତା ପାତ୍ର ଏବଂ ପ୍ରଜ୍ଞା ପରମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

TRUCK AND PICKUP VAN COLLIDE AND CATCH FIRE UNDER Rly Bridge IN RAYAGADA

masiha

ଦିବଂଗତ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଚାରଣ ସଭା 

Sunil Chandra Nayak

ଆଦିଗୁରୁ ଓଡ଼ିଶୀ ଗୁରୁକୁଳର ଜୁନିଅର ଛାତ୍ରୀ ସାଇ ସୋନାକ୍ଷୀ ପ୍ରଧାନ ଭାରତ ସରକାରଙ୍କ ଅଧୀନରେ ସିସିଆରଟି ଛାତ୍ରବୃତ୍ତି ପାଇଁ ଚୟନିତ 

Sunil Chandra Nayak

Leave a Comment

error: Content is protected !!