ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ

ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ

ନବରଙ୍ଗପୁର: (୧|୧୦)(ରବି ନାରାୟଣ ମହାନ୍ତି) ଶାରଦୀୟ ନବରାତ୍ରୀ ଉପଲକ୍ଷେ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ଏବଂ ଗରଭା ନୃତ୍ୟ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଟେଲିଫିଲ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଅଧିବକ୍ତା କିଶୋରୀ ପଟ୍ଟନାୟକ, ଆମ ନବରଙ୍ଗପୁରିଆ ଗ୍ରୁପ ର ଏଡମିନ ତଥା ରକ୍ତଦାନ ସଂସ୍ଥା ର ବିକ୍ରମ ଦାସ ଏବଂ ଜି. ବି. ବି ରବି ଏବଂ ସମାଜସେବୀ ପ୍ରଭାକର ପାତ୍ର ପ୍ରମୁଖ ଯୋଗ ଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବଜରଙ୍ଗ ଦଳର କର୍ମକର୍ତ୍ତା ଙ୍କ ତରଫରୁ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ଦଳଗତ ଏବଂ ଏକକ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ୨୦ ରୁ ଅଧିକ ଦଳ, ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କଳାକାରଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସଫଳ କରିବାରେ ବଜରଙ୍ଗ ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ଆଖ ପାଖ ଅଞ୍ଚଳରୁ ଅନେକ ଦର୍ଶକ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ମୋ ଜୀବନ ମାନଦଣ୍ଡର ଏକ ଶ୍ରେଷ୍ଠ ଉପଲବ୍ଧି : ଯୁବ ସମାଜସେବୀ ଆଶୀର୍ବାଦ

Sunil Chandra Nayak

ଛାତ୍ରଙ୍କୁ ଫାଙ୍କିଦେଲେ କୁଳପତି ଡ. ଗୀତାଞ୍ଜଳୀ ଦାସ : ପୁଣି ଆଦାୟ ହେବ ହଷ୍ଟେଲ ଫି

Leave a Comment

error: Content is protected !!