ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା 

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା 

ଡାବୁଗାଁ, ୩୦/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମଙ୍ଗଳବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମାଙ୍କ ଅଷ୍ଟମୀ ପୂଜା ଶେଷ ହୋଇଥିଲା | ଏକ ଆକର୍ଷଣୀୟ ମୂର୍ତ୍ତି ସହ ଆକର୍ଷଣୀୟ ତୋରଣ ଏବଂ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ଡାବୁଗାଁ ସହର | ମାଙ୍କ ପୂଜା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହେଉଛି | ଏହି ପୂଜାରେ କର୍ତ୍ତାଭାବେ ଶଙ୍କର ଶୁବୁଦ୍ଧି, ଟୁଟୁ ଜେନା ଓ ଟି. ଜୁଗୁନୁ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି | ଏଥିରେ ମୁଖ୍ୟ ପୂଜକ ଶିବ ପ୍ରସାଦ ପଣ୍ଡା ଙ୍କ ସହ ଅନ୍ୟ ମାନେ ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଏଥିରେ ପୂଜା କମିଟି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ଦିବ୍ୟରଞ୍ଜନ ରାୟପାତ୍ର, ସମ୍ପାଦକ ସନ୍ତୋଷ ରାୟପାତ୍ର, ସହ ସମ୍ପାଦକ ଶୁଭଜିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭଗବାନ ପାତ୍ର ଓ ସୁରେଶ ଚନ୍ଦ୍ର ବେହେରା, ଜି. ସତ୍ୟା ରାଓ, ଜଗନ୍ନାଥ ବିଶୋଇ, ବବଲୁ ତ୍ରିପାଠୀ, ସୌଭାଗ୍ୟ ବିଶ୍ଵାଳ, ଏମ୍. ବାସୀ ରାଓ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି | ବୁଧବାର ମାଁ ଙ୍କ ନବମୀ ପୂଜା ଓ ଗୁରୁବାର ମାଁ ଙ୍କ ଦଶମୀ ପୂଜା ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହିଞ୍ଜିଳି ରେ ଧୁମ ଧାମ ରେ ପାଳିତ ହେଲା ସରସ୍ବତୀ ପୂଜା

Sunil Chandra Nayak

କୁଳେରଗୁଡା ଠାରେ ମାଁ ବସ୍ତରେନ ମାଉଲି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ତାଳପଦର ପୋଢମରାର ଆଦ୍ୟ ପର୍ବ ଗୁଡ଼ି ଚଗା ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!