ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର

 ଢ଼େଙ୍କାନାଳ – : ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ନେହେରୁ ଯୁବକେନ୍ଦ୍ର ଢେଙ୍କାନାଳ ସହଯୋଗ ଏବଂ ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ଆନୁକୂଲ୍ୟରେ ଗଁଦିଆ ବ୍ଲକର ସନ୍ଥପୁରଠାରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଁଦିଆ ବ୍ଲକର ବିଭିନ୍ନ ଗ୍ରାମରୁ ୫୯ଜଣ ଯୁବତୀ ଯୁବକ ଅଂଶଗ୍ରହଣ କରିଥିଲେ । ଶିବିରରେ ସନ୍ଥପୁର ଗ୍ରାମପଂଚାୟତ ସରପଂଚ ବନମାଳି ଲେଙ୍କା ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶିକ୍ଷକ ଜିତେନ୍ଦ୍ର ପାଣି , ଦିଲୀପ ସରକାର, ସମାଜସେବୀ କୈଳାସ ଚନ୍ଦ୍ର ରାଉତ, ଗଗନ ବିହାରୀ ରାଉତ ଓ ଦିୀପ ନାୟକ ପ୍ରମୁଖ ଯୁବତୀ ଯୁବକଙ୍କୁ ନେତୃତ୍ୱ ନେବାର କଳା ସମ୍ପର୍କରେ ଆଲୋଚନା କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଅତିରିକ୍ତ ନିଦେ୍ର୍ଦଶକ ଅଶୋକ କୁମାର ଦାଶ ଓ ବିତ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶିବିରରେ ଉଦଯାପନୀ ଉତ୍ସବରେ ମନରେଗା ଲୋକପାଳ ଅମରେନ୍ଦ୍ର ମଲ୍ଲ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ପମାଣପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ପାଠ ପଢାରୁ ପ୍ରେମ, ପ୍ରେମୀ ଯୁଗଳ ହେଲେ ମନ୍ଦିରରେ ବିବାହ, କେଉଁ କାରଣ ଯୋଗୁଁ ଝିଅ ରହିଛି ସଖି ଗୃହରେ 

masiha

ଉତ୍କଳ ଆଲୁମିନାରେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ୨୦୨୩

masiha

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ , ପୁରସ୍କୃତ ଓ ସମ୍ମାନୀତ 

masiha

Leave a Comment

error: Content is protected !!