ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରମ୍ଭ ହେଲା ପବିତ୍ର ରମଜାନ ମାସ

ଚନ୍ଦାହାଣ୍ଡି ୨/୪(ମନି ସ)ଆଜି ଠାରୁ ଆରମ୍ଭ ହୋଇଛି ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ । ଗୁରୁବାର ସନ୍ଧ୍ୟା ରେ ଜହ୍ନ ଦେଖିବା ପରେ ଏହି ଧର୍ମାବଲମ୍ବୀ ମାନେ ପରଷ୍ପର କୁ ଅଭିନନ୍ଦନ ଜଣାଇ ଏହି ପବିତ୍ର ମାସ ପାଳନ ଆରମ୍ଭ କରିଛନ୍ତି ।ଆଜି ଜହ୍ନ ଦେଖିବା ପରେ ସମସ୍ତେ ସମୁହ ନମାଜ ପାଠ କରିବାକୁ ମୋହରା ମସଜିଦ କୁ ପହଞ୍ଚି ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମୋହରା ମୁସଲିମ କମିଟି ସଭାପତି ସୁଲତାନ ଅଲ୍ଲୀ ଏବଂ ବେହେରାମୁଣ୍ଡା ମୁସଲିମି କମିଟି ସଭାପତି ମହମ୍ମଦ ଜିନା ସମସ୍ତ ମୁସଲିମ ଭାଇଙ୍କୁ ରମଜାନ ର ଅଭିନନ୍ଦନ ଜଣାଇଥିଲେ । ପବିତ୍ର ରମଜାନ ମାସ ରେ ମୁସଲମାନ ମାନଙ୍କ ପବିତ୍ର ଧର୍ମ ଗ୍ରନ୍ଥ କୋରାନ ର ରଚନା ହୋଇଥିବାରୁ ଏହି ମାସ କୁ ମୁସଲମାନ ଧର୍ମରେ ଏକ ଧର୍ମ ମାସ ଭାବେ ପାଳନ କରାଯାଇଥାଏ । ପ୍ରତ୍ୟହ ସୂର୍ଯ୍ୟ ଉଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମୁସଲମାନ ଭାଇ ଭଉଣୀ ମାନେ ନିର୍ଜଳ ଉପବାସ କରିଥାନ୍ତି ଓ ସନ୍ଧ୍ୟା ସମୟ ରେ ନମାଜ ପାଠ କରିବା ସହ ତରାବି ନମାଜ ପାଠ କରିଥାନ୍ତି।

ଏହି ମାସ ରେ ମୁସଲିମି ସମ୍ପ୍ରଦାୟର ବ୍ୟକ୍ତି ନିଜ ଉପାର୍ଜନ ସମ୍ପତ୍ତିର ଅଢେଇଁ ଭାଗ ଦାନ କରିବାର ମଧ୍ୟ ବିଧି ରହିଛି । ଚଳିତ ବର୍ଷ ତରାବି ନମାଜ ପାଠ ନିମନ୍ତେ ଧର୍ମଗୁରୁ ହାଫିଜ୍ ସୋହେବ ରଜା ଆସିଥିବା ଜଣାପଡିଛି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ପକ୍ଷ ୨୦୨୬ ପାଳନ 

Sunil Chandra Nayak

ଚିଚିଆ ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଷ୍ଟେଜ ନିର୍ମାଣ

Sunil Chandra Nayak

ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ନୂତନ ଜିଲ୍ଲା ସଂପାଦକ ଭୂଵନେଶ୍ବର ବେହେରା 

Leave a Comment

error: Content is protected !!