ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜ ଙ୍କ ପରଲୋକ

ମ,ରାମପୁର,୨୦/୩( ମସୀହା):- କଳାହାଣ୍ଡି ଜିଲ୍ଲା ମ,ରାମପୁର ର ବରିଷ୍ଠ ଆଇନଜୀବି ଲଳିତ ପ୍ରହରାଜ ଙ୍କ ଆଜି ତଳସାଗର ପଡା ସ୍ଥିତ୍ ବାସ ଭବନ ରେ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଂକୁ ୬୯ ବର୍ଷ ହେଇଥିଲା । ସେ ଜଣେ ବିଜ୍ଞ ବ୍ୟକ୍ତି ତଥା ଆଇନ ବିଶାରଦ ଥିଲେ । ମ, ରାମପୁର ଓକିଲ ସଂଘ ର ପ୍ରତିଷ୍ଠାତା ସଦସ୍ୟ ରହି ଅନେକ ସାଧାରଣ ଲୋକ ଙ୍କୁ ଆଇନ ସେବା ଯୋଗାଇ ଆସୁଥିଲେ । ସେ କଳାହାଣ୍ଡି ଜିଲ୍ଲା ବିଜେପି ର ଜିଲ୍ଲା ଉପ ସଭାପତି ରହି ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଜିଲ୍ଲା ମୁଖ୍ୟାଳୟ ରେ ପୂର୍ବରୁ ଚାଲୁଥିବା ବେଳେ ମ, ରାମପୁର ରେ ଏହାର ପ୍ରତିଷ୍ଠା ପାଇଁ ହେଇଥିବା ଆନ୍ଦୋଳନ ରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଥିଲେ । ଏବଂ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହେଇଥିଲା । ତା ଙ୍କରି ବିୟୋଗ ଖବର ପାଇବା ପରେ ମ, ରାମପୁର ଓକିଲ ସଂଘ ପକ୍ଷରୁ ଏକ ଶୋକ ସଭା କରିବା ସହିତ ତାଙ୍କରି ଶେଷ ଦର୍ଶନ ପାଇଁ ବରିଷ୍ଠ ଓକିଲ ଜୟ କୁମାର ସିଂହ ଦେଓ, ସପନ ପଟ୍ଟନାୟକ, ଅଶ୍ୱିନୀ କୁମାର ପଣ୍ଡା, ପ୍ରଶାନ୍ତ ପଣ୍ଡା, ଆଶିଷ ମିଶ୍ର, ବିଶ୍ବମ୍ବର ରଣା, ଜିତେଶ ମହାପାତ୍ର, ପ୍ରଦୀପ ପ୍ରହରାଜ, ପ୍ରମୁଖ ତାଙ୍କରି ଘର କୁ ଯାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ପଦ୍ମ ଲୋଚନ ମିଶ୍ର, ବରିଷ୍ଠ ଆଇନଜୀବି ସୁବାସ ଆଚାର୍ଯ୍ୟ, ସତ୍ୟଜିତ ଚାଟାର୍ଜୀ ମଧ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସ୍ବର୍ଗତ ପ୍ରହରାଜ ଅବିବାହିତ ଥିଲେ ଏବଂ ମୃତ୍ୟୁ ଶଯ୍ୟା ନିକଟ ରେ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଶ୍ମଶାନ ରେ ତାଙ୍କରି ଶେଷ କୃତ୍ୟ ସଂପନ୍ନ କରାଯାଇଛି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି

masiha

ଧୂଆଁବିହିନ ଚୁଲା ସମ୍ଫର୍କରେ ସଚେତନତା 

masiha

OTN TV ଦ୍ଵାରା  ସମ୍ମାନିତ ହେଲେ ଯୁବ ସାମ୍ୱାଦିକ ହିମାଂଶୁ ଭୋଇ 

masiha

Leave a Comment

error: Content is protected !!