ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳାଙ୍କ ସହିତ ୪ଛୁଆଙ୍କୁ ଥଇଥାନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ 

ତା ୧୧.୦୩.୨୦୨୩ ରିଖ ଦିନ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ସଭ୍ୟ ଶ୍ରୀ ପ୍ରକାଶ କୁମାର ଦାସ ଢେଙ୍କାନାଳ ଡାକ ସେବା ଗୃହ ଠାରେ ଏକ ମହିଳା ତାର ୪ଟି ଛୁଆଙ୍କୁ ନେଇ ଭୋକ ଉପାସରେ ଇତସୁତ ହୋଇ ବୁଲୁଥିବାର ଖବର ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଶ୍ରୀମତି ମମିତା ସାହୁ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ, ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀଯୁକ୍ତ ଜଗଦିଶ୍ ପ୍ରସାଦ ମାହାନ୍ତଙ୍କ ସହିତ ଆଲୋଚନା କରି ଉକ୍ତ ମହିଳା ଏବଂ ତାହାର ୪ଟି ଶିଶୁଙ୍କୁ ଶୁଧାର ଗୃହ ରେ ଥଇଥାନ କରାଇଥିଲା । ଅଦ୍ୟ ତା ୨୦.୦୩.୨୦୨୩ ରିଖ ଦିନ ସଚିବ ଶ୍ରୀମତି ମମିତା ସାହୁ ଶୁଧାର ଗୃହକୁ ଯାଇ ମା ଏବଂ ପିଲା ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏବଂ ରହିବା ଖାଇବା ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉପରୋକ୍ତ ମହାନ କାର୍ଯ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଥିବାବ୍ୟକ୍ତି ମାନେ ଉଚ୍ଚ ଫ୍ରଶସାକରି ଉକ୍ତ ମା ଏବଂ ପିଲା ମାନେ ପୁର୍ନଜନ୍ମ ପାଇଲା ବୋଲି କହିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି

masiha

ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ECSBC) ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଦୁଇ ଦିନିଆ ତାଲିମ ଶିବିର

Sunil Chandra Nayak

୮ବର୍ଷ ର ଅସମ୍ପୂର୍ଣ ପ୍ରକଳ୍ପ,ରେକର୍ଡ ୩ଦିନ ରେ ସମ୍ପୂର୍ଣ କଲେ ବିଡିଓ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!