ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କଲେଜର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ତେରେସିଂହା କଲେଜର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ସ୍ୱଚ୍ଛତା ହିଁ ସେବା, ସ୍ଵଭାବ ସ୍ୱଚ୍ଛତା ଓ ସଂସ୍କାରରେ ସ୍ୱଚ୍ଛତା ମନ୍ତ୍ର କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ବେଲଖଣ୍ଡି ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଧବଳେଶ୍ୱର ଶୈବ ପୀଠ ପ୍ରାଙ୍ଗଣ ସ୍ୱଚ୍ଛତା ଓ ମନ୍ଦିର ଭିତର ପରିସର ସ୍ୱଚ୍ଛତା କାର୍ଯ୍ୟକ୍ରମ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦନ କରାଯାଇଛି । ଏହି ମହାନ୍ ପର୍ବର ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଏକ ସଚେତନତା ରାଲି କରା ଯାଇଥିଲା । ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ପ୍ଲା କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଏହା ପରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ବେଲଖଣ୍ଡି ସ୍ଥିତ ପ୍ରସିଦ୍ଧ ଧବଳେଶ୍ୱର ଯାଇ ସେଠାରେ ମନ୍ଦିର ଭିତର ପରିସରକୁ ସଫା କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛତା କୁ ନିଜ ଜୀବନର ମୂଳ ମନ୍ତ୍ର ଭାବରେ ଗ୍ରହଣ କରିବା ପାଇଁ ଶପଥ ନେଇଥିଲେ । ସମ୍ପାଦିତ ହୋଇଥିବା ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଂକ ମନ ମଧ୍ୟରେ ଏକ ଆଧ୍ୟାତ୍ମ୍ୟକ ଚେତନା ଜାଗ୍ରତ କରିବାରେ ସହାୟକ ହୋଇଥିଲା । ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନା ହୋଇଥିଲା । ଏହି ମହାନ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଅର୍ଥନୀତି ଅଧ୍ୟାପିକା ଶ୍ରୀମତୀ ଶୁଭସ୍ମିତା ବେହେରା ଓ ଶିକ୍ଷା ଅଧ୍ୟାପକ ଶ୍ରୀମାନ ସୁବ୍ରତ ରଣା ପ୍ରମୁଖ ସହଯୋଗ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟରେ ଯୋଗଦାନ 

masiha

ବିଶ୍ରା ଥାନା ଅନ୍ତର୍ଗତ ଜlମବେର୍ଣ୍ଣା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଶାସ୍ତି ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି :ଧାର୍ଯ୍ୟ ସମୟ ବ୍ୟବଧାନ ରେ ବସୁନି ବୈଠକ  

Sunil Chandra Nayak

Leave a Comment

error: Content is protected !!