ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ଵର ଜିଲ୍ଲା ର କୁମ୍ଭ କ୍ଷେତ୍ର ରେ “ପରିବେଶ ବୀମା” ର ଶୁଭାରମ୍ଭ 

ବାଲେଶ୍ଵର ଜିଲ୍ଲା ର କୁମ୍ଭ କ୍ଷେତ୍ର ରେ “ପରିବେଶ ବୀମା” ର ଶୁଭାରମ୍ଭ 

 କଟକ : ମିଶାଇଲର ଜିଲ୍ଲା ଭାବରେ ବାଲେଶ୍ଵର ଜିଲ୍ଲାର ନାମ ସାରା ଓଡିଶାରେ ଚର୍ଚ୍ଚିତ। ପ୍ରକୃତିର ସନ୍ତୁଳନ ପାଇଁ ପରିବେଶକୁ ସବୁଜ ବନାନୀ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତା ମାନେ ବାଲେଶ୍ଵରର ବିଭିନ୍ନ ସ୍ଥାନ ବୁଲି ପ୍ରଚାର ପ୍ରସାର କରିବା ସହ ପହଞ୍ଚିଥିଲେ ନୀଳଗିରି ବ୍ଲକରେ ଥିବା ସିଆଡିମାଳ ପଂଚାୟତର କୁମ୍ଭ କ୍ଷେତ୍ରରେ। ଏହି କୁମ୍ଭ କ୍ଷେତ୍ରଟିର ତିନି ପାର୍ଶ୍ଵରେ ପାଣି ଥାଇ କୁମ୍ଭ ଆକୃତି ତଥା ପ୍ରାକୃତିକ ପରିବେଶରେ ଭରା ମନୋରମ ସ୍ଥାନ ଅଟେ। କୁଳଡିହା ଅଭୟାରଣ୍ୟର ପାଦଦେଶରେ ଅବସ୍ଥିତ ଏହି ପଞ୍ଚାୟତରେ ୩୦୦ରୁ ଊର୍ଦ୍ଧ୍ବ କୁମ୍ଭକାର ପରିବାର ବିଭିନ୍ନ ପ୍ରକାରର ମାଟିର ନିର୍ମିତ ହାଣ୍ଡି, ମାଟି ପାତ୍ର, ମାଟିର ଗ୍ଲାସ୍, ମାଟିର ରୋଷେଇ ସରଞ୍ଜାମ ତିଆରି କରି ଜୀବିକା ପ୍ରତିପୋଷଣ କରନ୍ତି । କୁମ୍ଭ କ୍ଷେତ୍ରରେ କୁମ୍ଭ ଭେଳା, କୁମ୍ଭ ଘର, କୁମ୍ଭ ଦ୍ବାର, କୁମ୍ଭ ଝର, କୁମ୍ଭ ମଞ୍ଚ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରରେ ଅପୂର୍ବ ସମ୍ଭାର ଅଟେ। ଏହି ସ୍ଥାନକୁ ପରିଭ୍ରମଣରେ ବିଭିନ୍ନ ଅନୁଷ୍ଠାନ ସହ ପ୍ରକୃତିପ୍ରେମୀ ଓ କଲେଜ ପିଲା ମାନଙ୍କର ଭିଡ଼ ଜମିଥାନ୍ତି। ଏହି କ୍ଷେତ୍ରକୁ ପରିକଳ୍ପନା ଓ ସାଜସଜ୍ଜା ଏବଂ ପରିଚାଳନା କରିଥାନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ । ଏହି ପରି ସୁନ୍ଦର ପ୍ରକୃତିର ବିମୋହିତ ସ୍ଥାନରେ କିପରି ଆସୁଥିବା ପର୍ଯ୍ୟଟକ ପର ମୁହୂର୍ତ୍ତରେ ପରିବେଶ ବୀମାର ଯଥାର୍ଥତା ପ୍ରତିପାଦନ କରିବେ ସେଥିପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ସେହି ସ୍ଥାନରେ ଏହାର ପ୍ରଚାର କରିଥିଲେ। ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ମାନେ ସମ୍ମାନ ପ୍ରଦର୍ଶନ କରିଥିଲେ। ମୁଖ୍ୟ ପରିଚାଳକ ଶିଳ୍ପୀ କେଶୁ ଦାସ ଏହି ସଙ୍ଗଠନର କର୍ମକର୍ତ୍ତା ମାନଙ୍କର ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ପରିବେଶ ବୀମାକୁ ଅଧିକ ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିବା ସହ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇ ଥିଲେ। ଏହି ସଚେତନଧର୍ମି କାର୍ଯ୍ୟକ୍ରମରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଜିଲ୍ଲା ପ୍ରତିନିଧି ଅଶୋକ ଦାସ, ଗଙ୍ଗାଧର ସାମଲ, ସନ୍ତୋଷ କୁମାର ପଟନାୟକ ଓ ଜୟନ୍ତ କୁମାର ମଲ୍ଲିକ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

Elephant Movement Tracked in Kalyansinghpur Range of Rayagada Forest Division

Sunil Chandra Nayak

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

masiha

ସମସ୍ୟା ଘେରରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଲେ ପୁରାତନ ଛାତ୍ର ସଂଘ…

masiha

Leave a Comment

error: Content is protected !!