ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୁ ବୃଷଭ ର ମୃତ୍ୟୁ :ଦୁଇଦିନ ଆତଙ୍କ ଖେଳାଇ ଦେଇଥିଲା

ତେନ୍ତୁଳିଖୁଣ୍ଟି -୮/୦୧/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ କାଳୁ ନାମକ ଏକ ବୁଲା ଷଣ୍ଢ (ବୃଷଭ )ର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗତ ୧୨ ବର୍ଷ ହେବ ବଳଭଦ୍ର ଜୟନ୍ତୀ ଦିନ ଜନ୍ମିତ ବୃଷଭ କୁ ଇନ୍ଦ୍ରାବତୀ ପ୍ରୋଜେକ୍ଟ ଖାତିଗୁଡାରେ ଛଡ଼ାହୋଇଥିଲା । ବୃଷଭ ର ନାମ ଦିଆଯାଇଥିଲା କାଳୁ । ଇନ୍ଦ୍ରାବତୀ ପ୍ରୋଜେକ୍ଟ ଅଞ୍ଚଳ ଯଥା ଖାତିଗୁଡା,ଫଟାଗୁଡା,ଇନ୍ଦ୍ରାବତୀ ମାର୍କେଟ ଓ ପୋଡ଼ାଗଡ଼ରେ ରାଜ କରୁଥିଲା କାଳୁ । ସକାଳ ପାଇଲା ମାତ୍ରେ ମାର୍କେଟର ପ୍ରତ୍ୟେକ ଦୋକାନ ସମୁଖରେ ଛିଡ଼ା ହୋଇ ରହିଯାଏ କାଳୁ ଯେତେ ପର୍ଯ୍ୟନ୍ତ ଦୋକାନୀ କିଛି ଖାଇବାକୁ ନ ଦେଇଛି ସେପର୍ଯ୍ୟନ୍ତ ଦୋକାନ ମୁହଁକୁ ଛାଡେନାହିଁ । ତା ର ଭଲଗୁଣ ଥିଲା ସେ କାହାକୁ ଆଘାତ କରୁନଥିଲା । କାଳୁ କହିଲେ ଲୋକେ ବୁଝିଯାଉଥିଲେ ଯେ ବୃଷଭ ଆସୁଛି ବୋଲି । କିନ୍ତୁ ବଡ ଦୁଃଖଦ କଥା ଗତ ୭ତାରିଖ ଠାରୁ ତା ପାଟିରୁ ଲାଳ ବାହାରି ଭୋ…ଭୋ…ହୋଇ ଵୋବେଇବା ସହ ଗାଡି ମୋଟର ଓ ଲୋକଙ୍କୁ ଦେଖିଲେ ଗୋଡେଇବାରେ ଲାଗିଲା । ଗତ କାଲି ଠାରୁ ଅଞ୍ଚଳର ଲୋକମାନେ କାଳୁକୁ ଦେଖିଲେ ଭୟଭୀତ ହେବାରେ ଲାଗିଲେ । ଆଜି ସକାଳେ ଖାତିଗୁଡା ବୋଲବମ ମହାସଂଘ ଓ ସ୍ଥାନୀୟ ଜନସାଧାରଣ କାଳୁକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ବହୁ ଚେଷ୍ଟାପରେ ଖାତିଗୁଡା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପସେଇ ଧରିବାରେ ସକ୍ଷମ ହୋଇଥିଲେ । ପରେ ପଶୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରାଯାଇଥିଲା। । ଚିକିତ୍ସା ସମୟରେ ହିଁ କାଳୁର ମୃତ୍ୟୁ ହୋଇଯାଇଥିଲା । କାଳୁ ଜଳାତଙ୍କ ର ଶିକାର ହୋଇଥିବା ଅନୁମାନ କରାଯାଉଛି।।ବୃଷଭ ର ମୃତ୍ୟୁ ଖବର ଶୁଣି ଧୀରେ ଧୀରେ ଲୋକଙ୍କ ଗହଳି ବଢିବାରେ ଲାଗିଲା । ଶେଷରେ କାଳୁକୁ ବାଜା,ଗିନୀ ହରିବୋଲ ହୁଳହୁଳି ଓ ବାଣ ଫୁଟେଇ ଖାତିଗୁଡା ଉପର ଶିବ ମନ୍ଦିର ସମୁଖରେ ପୋତା ଯାଇଥିଲା କାଳୁକୁ ।ଏହି ସମୟରେ ଦୁଗ୍ଧ ଚାଷୀ ତଥା ଗୋପାଳକ ଦୁର୍ଯ୍ୟୋଧନ ବେହେରା, ଇନ୍ଦ୍ରାବତୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳକୃଷ୍ଣ ଭଞ୍ଜ,ସାଧୁ ସୂଦନ ବରାଳ,ଚନ୍ଦ୍ର ଶେଖର ଦଳେଈ,କୃଷ୍ଣ ଚନ୍ଦ୍ର ପଟନାୟକ,ପ୍ରଦୀପ ସାହା, ସନ୍ତୋଷ ସାମଲ ,ବାବୁଲା ପାତ୍ର,ଜଗବନ୍ଧୁ ସାମଲ ,ଜିତୁ ମହନ୍ତ ,ବାବୁନି ପରିଛା ,ଗୋବର୍ଦ୍ଧନ ସାହୁ ,ଖାତିଗୁଡା ବୋଲବମ ମହାସଂଘ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିଲେ। ଯେଉଁଠି ବୃଷଭ କୁ ପୋତା ଯାଇଛି ସେଇଠି ଏକ ବୃଷଭ ପ୍ରତି ମୂର୍ତ୍ତି କରା ଯାଇ କାଳୁ କୁ ସବୁଦିନ ଜନ ମାନସ ରେ ବଞ୍ଚେଇ ରଖିବାକୁ ଉପସ୍ଥିତ ସଭିଏଁ ମତ ରଖିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୂଆପଡ଼ାରେ ଡିଜିଟାଲ ସୁରକ୍ଷା ଓ ଆର୍ଥିକ ସାକ୍ଷରତା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ବେଟି ବଚାଓ, ବେଟି ପଢ଼ାଓ’ ଅଧୀନରେ ମହିଳା ଓ କିଶୋରୀଙ୍କୁ ସଚେତନତା; ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

ରାଉରକେଲାର ଜଣେ ୮ ବର୍ଷିୟ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ : ଅଂଶୁଘାତର ପ୍ରଥମ ମୃତ୍ୟୁ ବୋଲି ଅଭିଯୋଗ

Sunil Chandra Nayak

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

Sunil Chandra Nayak

Leave a Comment

error: Content is protected !!