ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ର ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ

ପୋଲିସ ର ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ

ମ,ରାମପୁର,୦୪/୧୦(ମସୀହା): ଓଡ଼ିଶା ପୁଲିସ୍ ର ଆହ୍ବାନ କ୍ରମେ ମ,ରାମପୁର ବସଷ୍ଟାଣ୍ଡ ପରିସରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ମ,ରାମପୁର ଥାନାଧିକାରୀ ସୁଦର୍ଶନ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ମ,ରାମପୁର ତହସିଲଦାର ଜ୍ୟୋସ୍ନା ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ଯୋଗ ଦେଇ ଥିଲେ। ଏହି ଅବସର ରେ ସମ୍ପ୍ରତି ଦେଖା ଯାଉଥିବା ସାଇବର ଠକେଇ ରୁ ଜନସାଧାରଣ କିଭଳି ମୁକ୍ତି ପାଇବେ ଏବଂ ସଚେତନ ରହିବେ, ସେ ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମ,ରାମପୁର ଥାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁରେ ସୁଭଦ୍ରା ଯୋଜନା ପାଇଁ ବେଙ୍କ ଖାତା ଆଧାର ଲିଙ୍କ ପାଇଁ ଭିଡ଼

masiha

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୫ ପାଳିତ

Sunil Chandra Nayak

ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!