ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ର ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ

ପୋଲିସ ର ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ

ମ,ରାମପୁର,୦୪/୧୦(ମସୀହା): ଓଡ଼ିଶା ପୁଲିସ୍ ର ଆହ୍ବାନ କ୍ରମେ ମ,ରାମପୁର ବସଷ୍ଟାଣ୍ଡ ପରିସରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ମ,ରାମପୁର ଥାନାଧିକାରୀ ସୁଦର୍ଶନ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ମ,ରାମପୁର ତହସିଲଦାର ଜ୍ୟୋସ୍ନା ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ଯୋଗ ଦେଇ ଥିଲେ। ଏହି ଅବସର ରେ ସମ୍ପ୍ରତି ଦେଖା ଯାଉଥିବା ସାଇବର ଠକେଇ ରୁ ଜନସାଧାରଣ କିଭଳି ମୁକ୍ତି ପାଇବେ ଏବଂ ସଚେତନ ରହିବେ, ସେ ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମ,ରାମପୁର ଥାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

Sunil Chandra Nayak

ମହାବୀର କମ୍ପାନୀକୁ ଜୋରଦାର ବିରୋଧ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ରାୟଗଡ଼ ବନାଞ୍ଚଳ ଦ୍ଵାରା ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ

masiha

Leave a Comment

error: Content is protected !!