ବିଶ୍ୱହିନ୍ଦୁ ପରିଷଦ ର ସୌର୍ଯ୍ୟ ଜାଗରଣ ରଥଯାତ୍ରା
ଚନ୍ଦାହାଣ୍ଡି -(ଦିଲୀପ ଦାସ ) ବିଶ୍ୱହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ସୌର୍ଯ୍ୟ ଜାଗରଣ ରଥ ଗତ 28 ତାରିଖ ରୁ ବାହାରି ମଙ୍ଗଳବାର ସନ୍ଧ୍ୟା ରେ ଚନ୍ଦାହାଣ୍ଡି ସହର ରେ ପହଂଚି ଥିଲା l ଚନ୍ଦାହାଣ୍ଡି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର କାର୍ଯକର୍ତ୍ତା ଉପସ୍ଥିତ ରହି ରଥ କୁ ସ୍ୱାଗତ କରିବା ସହ ଶ୍ରୀରାମ ଙ୍କ ପୂଜାର୍ଚନା କରିଥିଲେ l ରଥ ପ୍ରଥମେ ଦେଓବନ୍ଧ ରୁ ବାହାରି ଫଟକି, କୋଇଲିମୁଣ୍ଡା, ଅନକାବେଡା,ଦେଇ ଚନ୍ଦାହାଣ୍ଡି ରେ ପହଂଚି ଥିଲା l ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଧର୍ମ ସଭାରେ ସୌର୍ଯ ରଥଯାତ୍ରା ର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ l ନବରଙ୍ଗପୁର, ମାଲକାନଗିରି ସଙ୍ଘ ବିଭାଗ ପ୍ରଚାରକ ମହେଶ୍ୱର ଭତ୍ରା, ହିରଣ୍ୟ ଗୌଡ଼, ମହେନ୍ଦ୍ର ନାୟକ, ଭୋଦେବ ବାଘ, ଲଳିତ ପଟେଲ , ବାଳକୃଷ୍ଣ ମାଝୀ, ଲୋକେଶ ସମରଥ, ଶ୍ରୀକାନ୍ତ ରଥ, ତୁଳସୀ ପଟେଲ, ପରେଶ୍ୱର ମର୍କାମ, ଦେବାଶିଷ ପଟେଲ, ଦୁର୍ଗା ବାହିନୀ ର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ପରେ ରଥ ମାଲଗାଁ ଦେଇ ଧର୍ମଗଡ଼ ଯାଇଥିଲା l