ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧିଜୀ ଜୟନ୍ତୀ ଉପଲକ୍ଷେ ଥାନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗାନ୍ଧିଜୀ ଜୟନ୍ତୀ ଉପଲକ୍ଷେ ଥାନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗୋଲାମୁଣ୍ଡା/ନିର୍ଭୟ ନିରପେକ୍ଷ ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପରିସରରେ ଗାନ୍ଧିଜୀ ଜୟନ୍ତୀ ଅବସରରେ ଗୋଲାମୁଣ୍ଡା ଥାନା ଅଧିକାରୀ ଶ୍ଵେତାପଦ୍ମା ସେଠ ଙ୍କ ତତ୍ବାବଧାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ବୃକ୍ଷ ରୋପଣ ଦ୍ୱାରା ଅଧିକ ମାତ୍ରାରେ ଅମ୍ଳଜାନ ମିଳିବା ସହ ପରିବେଶ ସୁସ୍ଥ ଓ ପ୍ରଦୂଷଣ ମୁକ୍ତ ରହିବ ତେଣୁ ସମସ୍ତେ ବୃକ୍ଷ ରୋପଣ କୁ ନିଜର କର୍ତ୍ତବ୍ୟ ଭାବି ବୃକ୍ଷ ରୋପଣ କରିବା ନିତାନ୍ତ ଆବଶ୍ୟକ ବୋଲି ଥାନା ଅଧିକାରୀ ଶ୍ଵେତା ପଦ୍ମା ସେଠ ମତ ବ୍ୟକ୍ତ କରିଥିଲେ.ଜନସଂଖ୍ୟା ବୃଦ୍ଧି ସହ ଜଙ୍ଗଲ ହ୍ରାସ ପାଉଥିବାରୁ ଏହାର କୁପ୍ରଭାବ ଭୟଙ୍କର ହେଉଛି ଏଣୁ ସବୁଜିମା ଭରା ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଥାନା ପକ୍ଷରୁ ଏହି ପ୍ରୟାସ କରାଯାଇଛି.କାର୍ଯ୍ୟକ୍ରମ ରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ , ବିକାଶ ପଣ୍ଡା, ରଞ୍ଜନ ରାଉତ,ମିହିର ଚରଣ ଆଡ଼ଯୁଆଡ, ହେମନ୍ତ ହରିଜନ, ଶରତ କୁମାର ମୁଣ୍ଡ,ହରିମଳ ତାଣ୍ଡି, ହରଜିତ ରଣା,ସମେତ ସମସ୍ତ irbn କର୍ମଚାରୀ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ସହଯୋଗ କରିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ ପ୍ରଗତି ଶିଳ ମସିହା

Related posts

ସିଲେଟପଡା ଠାରୁ କୁସୁର୍ଲା ରାସ୍ତା ଅତ୍ୟନ୍ତ ଶୋଚନୀୟ

Sunil Chandra Nayak

ରାଇରଙ୍ଗପୁରରେ ଏଚଡିଏଫସି ବ୍ୟାଙ୍କ ତରଫରୁ ୫୩ ୟୂନିଟ ରକ୍ତ ସଂଗ୍ରହ 

masiha

କୋଷଗୁମୁଡାଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!