ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ

ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ

କୋକସରା,୨/୧୦ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ଥିତ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ ଠାରେ ଏନ୍ ସି ସି କ୍ୟାଡେଟ ତରଫରୁ ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧ୍ୟ ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ୍, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଆସାମ, ମେଘାଲୟ, ତ୍ରିପୁରା, ମିଜୋରାମ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ଓଡିଶା ଏହି ପରି ୧୫ଟି ରାଜ୍ୟର ୫ଶହ ଏନ୍ ସି ସି କ୍ୟାଡେଟ ଓ ଅଫିସର ଯୋଗ ଦେଇ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକୁ ଦେଖି ଆତ୍ମ ବିଭୋର ହେବାସହ ଭୈରବଧାର ଜଳ ପ୍ରପାତ ପରିଦର୍ଶନ କରିଥିଲେ । ପରେ ମନ୍ଦିର ପରିସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜବାହର ସରକାରୀ ବିଦ୍ୟାଳୟର ଏନ୍ ସି ସି କ୍ୟାଡେଟ, ସ୍କୁଲ ପୋଲିସ କ୍ୟାଡେଟ ମାର୍ଚ୍ଚ ପାଷ୍ଟ କରିବା ସହ ସ୍ୱାଗତ ସଂଗୀତ ଗାନ କରିଥିଲେ । ପରେ ଦେଶାତ୍ମବୋଧକ, ସମ୍ବଲପୁରୀ ଓ ଲୋକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଏଏନ୍ଓ ଅମିତ କୁମାର ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଥିଲେ । ଏଥିରେ ଏନ୍ ସି ସି ଲୋକେଟର କେଦାରନାଥ ସାହୁ , ମହେନ୍ଦ୍ର ନାଥ , କମାଣ୍ଡର ସୁନୀଲ କୁମାର ବେହେରା, ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଘନଶ୍ୟାମ ନାଏକ, ସମ୍ପାଦକ ନିଲାମ୍ବର ନାଏକ, ସହ ସମ୍ପାଦକ ଆଦିତ୍ୟ ପଣ୍ଡା, ମଧୁବନ ପାତ୍ର, ଦୁଷ୍ମନ୍ତ ପାଟ୍ଟଯୋଷୀ, ସୁଧିର ପାତ୍ର, ଯୀତେନ୍ଦ୍ର ମାଝୀ, ଭୁବନାନନ୍ଦ ନାଏକ, ଚକାଡୋଳା ପାତ୍ର, ହିମାଞ୍ଚଳ ପାତ୍ର, ଅନିରୁଦ୍ଧ ପାତ୍ର, ଚନ୍ଦ୍ରମଣି ମାଝୀ, ପବିତ୍ର ନାଏକ, ଅଭିରାମ ଲଦୁଆ, ଗିରିଧାରୀ ଧଙ୍ଗଡାମାଝୀ, ଶମ୍ଭୁ ମାଝୀ, ସହଦେବ ଦିଶାରୀଙ୍କ ସହ ଖଲିଗଡ ନାରୀ କମିଟି ପ୍ରମୁଖ ଉପସ୍ଥିତ ଥିଲେ । ଉନ୍ନୟନ ସମିତି ପକ୍ଷରୁ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବାକୁ ନେଇ ଅତିଥି ମାନେ ଖୁସି ବ୍ୟକ୍ତ କରିବା ସହ ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଯାଜପୁର ଜିଲ୍ଲା ଗସ୍ତ

masiha

ଉତ୍କଳ ଆଲୁମିନା ତରଫୁର ମହାଡ଼ମ୍ବରରେ ବିଶ୍ୱ ପରିବେଶ ଦିବସ ପାଳିତ 

masiha

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ 

masiha

Leave a Comment

error: Content is protected !!