ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ରାଉରକେଲା : ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ସେକ୍ଟର ୬ ସ୍ଥିତ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗେ ଦେଇ ଦୀପ ପ୍ରଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ମଣ୍ଡଳ ସଭାନେତ୍ରୀ ତାଙ୍କ ସ୍ବାଗତ ଅଭିଭାଷଣ ରେ ବୈଠକର ତାତ୍ପର୍ଯ୍ୟ , ଉଦ୍ଦେଶ୍ୟ ଏବଂ ସଙ୍ଗଠନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବାସହ ସଂଗଠନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ବିଧାୟକ ଶ୍ରୀ ତନ୍ତୀ ବୁଥ କମିଟି, ଶକ୍ତି କେନ୍ଦ୍ର ଓ ମଣ୍ଡଳ କମିଟି ଉପରେ ସମୀକ୍ଷା କରିବା ସହିତ ତୃଣ ମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ ଓ ସଶକ୍ତି ଶାଳୀ କରିବାକୁ ଉପଦେଶ ଦେଇଥିଲେ। ଘର ଘର ବୁଲି ଜନତାଙ୍କ ସମସ୍ୟା ବୁଝିବା ସହିତ ଯେଉ ଲାଭର୍ଥିମାନେ ସରକାରଙ୍କର ବିବିଧ ଯୋଜନାର ସାମିଲ ହୋଇ ପାରିନାହାନ୍ତି ସେମାନଙ୍କର ସମସ୍ୟା ଦୂର କରିବାକୁ ପରାମର୍ଶ ଦେଇଥିଲେ । ବୁଥ୍ ସଭାପତି ମାନେ ସେ ଅଞ୍ଚଳର କି ସମସ୍ୟା ରହିଛି ଓ କି କାମ କରାଯିବ ତାହା ବିଧାୟକଙ୍କ ଦୃଷ୍ଟିକୁ ଆଣିବା ପାଇଁ କହିଥିଲେ । ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ସେନାପତି, ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କଂସାରୀ ନେତୃବୃନ୍ଦ ସଂଗଠନକୁ ମଜଭୁତ ଓ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ଦେଖିବା ସହିତ ସରଳ ଆପରେ ଅପଲୋଡ଼ କରିବାକୁ ସୂଚନା ଦେଇଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ବାରିକ୍ ଓ ପ୍ରଭାସ ସାମଲ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ପଟ୍ଟନାୟକ, ଆଲୋକ ନାୟକ, ଆଇନଜୀବୀ ବୁଦ୍ଧିରାମ ସ୍ୱାଇଁ, ପ୍ରତାପ ଦେଓ, ନମିତା ସେନାପତି, ସରସ୍ଵତୀ ମହାନ୍ତ, ସଂଯୁକ୍ତା ପାତ୍ର, ଗୌତ୍ତମ୍ ବାଡା, ଅନିଲ ତନ୍ତୀ, ପ୍ରଶାନ୍ତ ଲେଙ୍କା, ହେମନ୍ତ ଜେନା, ସମିରନ ରାୟ, ପୁଷ୍ପା ସାହୁ, ଗାଡୁ ବାଗ, ନିରଞ୍ଜନ ଧଳ,ଖୁସବୁ ବଡାଇକ,କୁମକୁମ୍ ମହାପାତ୍ର, ପ୍ରଦୀପ ଲେଙ୍କା, ତାରାନାଥ ମହାପାତ୍ର ,ଶୁଖେନ୍ଦୁ ଜେନା , ତରୁଣ ତନ୍ତୀ ଆଦି ବହୁ କର୍ମୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେପିର ବିଜୟ ଉତ୍ସବ ପାଳିତ

ବିଜୁବାବୁଙ୍କ ଉତ୍ସର୍ଗୀକୃତ ଦେଶପ୍ରେମ ଅନନ୍ୟ,, ବିଧାୟକ ଦିବ୍ୟଶଙ୍କର ମିଶ୍ର

Sunil Chandra Nayak

ଯାମଦା ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

Leave a Comment

error: Content is protected !!