ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେଡ଼ି ଜିଲ୍ଲା ସଭାପତି ଙ୍କ ପ୍ରସ୍ତୁତି ବୈଠକ

ଧର୍ମଗଡ:୨୭/୨/୨୩: ଆସନ୍ତା ମାର୍ଚ୍ଚ ୫ତାରିଖ ରେ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦିନିକିଆ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଛି । ମୂଖ୍ୟ ମନ୍ତ୍ରୀ ଙ୍କ ଗସ୍ତ ଅବସର ରେ ଏକ ସାଧାରଣ ସଭା ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବୃନ୍ଦାବାହାଲ ଠାରେ ଆୟୋଜିତ ହେବ। ସେଠାରେ ମୂଖ୍ୟ ମନ୍ତ୍ରୀ ବିଜୁ ଏକ୍ସପ୍ରେସ ରାସ୍ତା ର ଲୋକାର୍ପଣ କରିବାସହ ସାଧାରଣ ସଭା କୁ ସମ୍ଭୋଦିତ କରିବେ । ସେଠାରୁ ବିଜୁ ଏକ୍ସପ୍ରେସ ରାସ୍ତା ରେ ଏକ ଭଲଭୋ ବସ ଯୋଗେ ରୋଡ ମାର୍ଚ୍ଚ ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ଆମ୍ବପାଣି ପର୍ଯ୍ୟନ୍ତ ରୋଡ ସୋ ରେ ଯିବେ । ଏବଂ ସେଠାରୁ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ଫେରି ଯିବା ର କାର୍ଯ୍ୟ କ୍ରମ ରହିଛି । ତେବେ ରୋଡ଼ ସୋ ସମୟ ରେ ମୂଖ୍ୟ ମନ୍ତ୍ରୀ ଙ୍କୁ ବିଭିନ୍ନ ସ୍ଥାନ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏଥି ପାଇଁ ବ୍ୟାପକ ଭାବେ ପ୍ରସ୍ତୁତି ରେ ଲାଗି ପଡିଛି ଜିଲ୍ଲା ବିଜେଡ଼ି । ଆଜି ଏହି କାର୍ଯ୍ୟକ୍ରମ ର ରୂପ ରେଖ କିପରି ହେବ ତା ଉପରେ ସବିଶେଷ ଆଲୋଚନା ପାଇଁ ବିଜେଡ଼ି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଙ୍କଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଥବିର ପ୍ରସାଦ ସାହୁ, ଯୁବ ମୋର୍ଚ୍ଚା ସଭାପତି ଆଦିତ୍ୟ କୁମାର ନନ୍ଦ, ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ, ବ୍ଲକ ସଭାପତି ଟିକମନ୍ ଯାଦବ, ବିଧାୟକ ପ୍ରତିନିଧି ମାନସ ବାଗ, ସ୍ଵାଧୀନ କୁମାର ବାଗ, ଭବାନୀ ପଣ୍ଡା, ଜଗା ସାହୁ, ଭବେଶ ଗଇନ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କିତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ଢେ଼ଙ୍କାନାଳ ଜିଲ୍ଲା ବିଜେଡି ଉପସଭାପତି ହେଲେ ହିମାଂଶୁ ମହାପାତ୍ର

Sunil Chandra Nayak

କେନ୍ଦ୍ର ସରକାରଙ୍କ ଜନମାରଣ ଅର୍ଥ ବଜେଟ ଏବଂ ଗୁଣ୍ଡୁରିଆ ଶହୀଦ ଦିବସକୁ ନେଇ ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!