ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ

ସମସ୍ତ ପ୍ରତିକ୍ଷା ର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ଆଜି ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି।

ଭକ୍ତ ଚରଣ ଦାସ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ସେ ଜଣେ ଛାତ୍ର ନେତା ଭାବେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ସେ ରାଜନୀତିରେ ଯୋଗଦେଇଥିଲେ। 

ପରିବେଶ ସୁରକ୍ଷା ଓ ଚାଷୀଙ୍କ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ କରିଥିଲେ ଭକ୍ତ ଚରଣ ଦାସ। ମାତ୍ର ୩୦ ବର୍ଷ ବୟସରେ ୧୯୮୯ ମସିହାରେ ସେ ଜନତା ପାର୍ଟି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ର ରେଳ ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଭକ୍ତ ଚରଣ ଦାସ କଂଗ୍ରେସରେ ଯୋଗଦେଇଥିଲେ। ସେ ବିହାର ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ।

ଶ୍ରୀ ଦାସ କଂଗ୍ରେସର ମୁଖପାତ୍ର ମଧ୍ୟ ରହିଥିଲେ। ଏବେ ଦୀର୍ଘ ଦିନ ଧରି ଖାଲିପଡ଼ିଥିବା ରାଜ୍ୟ ପିସିସି ସଭାପତି ପଦରେ ତାଙ୍କୁ ଅଭିଷିକ୍ତ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପଦବୀ ପାଇଁ ତାଙ୍କୁ ନିଯୁକ୍ତି ଦେଇଛନ୍ତି।

ଭକ୍ତ ଚରଣ ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ଗତ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ସାଗର ଚରଣ ଦାସ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।

କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ ହେବା ପରେ ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ତାଙ୍କର ସମର୍ଥକ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

masiha

ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ, ନ୍ୟାର୍ଯ୍ୟ ଦାବିକୁ ପୂରଣ କରୁନି ଜିଲ୍ଳା ପ୍ରଶାସନ

Sunil Chandra Nayak

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

masiha

Leave a Comment

error: Content is protected !!