ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ 

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ 

ନବରଙ୍ଗପୁର:( ୧୦-୦୨-୨୦୨୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଅସିମ କୁମାର ପଟ୍ଟନାୟକ ଙ୍କ ଦେହାନ୍ତ ଖବର ଶୁଣି ଏକ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ଙ୍କ ଦେହାନ୍ତ ରେ ଏକ ଶୋକ ସଭା ସହିତ ସ୍ମୃତି ଚାରଣ କରାଯାଇଥିଲା । ସ୍ବର୍ଗତ ପଟ୍ଟନାୟକ ଏକା ଧାରରେ ଜଣେ ସମାଜସେବୀ, ନିଷ୍ଠାପର, ଆଧ୍ୟାମ୍ତିକ ଚିନ୍ତାଧାରା କର୍ତ୍ତବ୍ୟ ପରାୟଣ ଏବଂ ଅତ୍ୟନ୍ତ ମେଳାପି ବ୍ୟକ୍ତି ଥିଲେ। ସେ ବହୁତ ଦିନ ଧରି ଓମ୍ ଶାନ୍ତି ଅନୁଷ୍ଠାନ ସହିତ ମଧ୍ଯ ଜଡିତ ଥିଲେ l ସ୍ବର୍ଗତ ଅସିମ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ତହସିଲ, ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ସମୟରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ l ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ, ସୁରେଶ ପଟନାୟକ, ସୌରଭ ଦାଶ, ମନୋଜ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ପ୍ରଣତି ମାଝୀ, ସତ୍ୟନାରାୟଣ ସାହୁ, ଗଗନ ଚୌହାନ, ଯୁବଲ ନିକେତନ ହରିଜନ, ଶିବ କେଶବ ବ୍ରହ୍ମା, ସଂଜୀବ ପଣ୍ଡା, କବିତା ବ୍ରହ୍ମା, ରାମଚନ୍ଦ୍ର ରଘୁ ମଣ୍ଡଳ, ଜଗନ୍ନାଥ ମହାପାତ୍ର, ମୀରା ପଣ୍ଡା, ବୁଛି ପତ୍ରାଣି, ରମ୍ଭା ବିଷୋଇ, ସୁବାଶ ସାହୁ, ତୃପ୍ତି ପଟନାୟକ, ବବିତ ପରିଛା, ସରୋଜିନି ଦାଶ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ହେମନ୍ତ ଶୌରା, ଅଶ୍ୱିନ ମାଝୀ, ବିନାୟକ ଖାଡ଼ଙ୍ଗା, ଶିବଶଙ୍କର ପାଢି, ବିଶ୍ଵ ମୋହନ ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ସ୍ଵର୍ଗତ ପଟ୍ଟନାୟକ ଙ୍କ ବିୟୋଗ ରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ଭାବେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l 

( ମ ନି ସ ) 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ତ୍ରି-ଦିବସୀୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

Sunil Chandra Nayak

ରାଉରକେଲାର ବିକାଶ ପାଇଁ ନବ ନିଯୁକ୍ତ କମିଶନର ଙ୍କ ସହିତ ଆଲୋଚନା

masiha

ରାଇରଙ୍ଗପୁର ମହାବିଦ୍ୟାଳୟର ଆଲୁମନି ଆସୋସିଏସନର ବୈଠକ      

masiha

Leave a Comment

error: Content is protected !!