ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଘଟଣା କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଘଟଣା କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

କଣ୍ଟାବାଞ୍ଜି, ୦୯/୦୧ , ଗତକାଲି ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗ ଏସଡିଓ ସହ ଅନ୍ୟ କର୍ମଚାରୀ ମାନେ ଆକ୍ରମଣ କରିଥିଲେ । ଏନେଇ ଟିଟିଲାଗଡ ଥାନାରେ ମାଡ ଖାଇଥିବା ସାମ୍ବାଦିକ ଏତଲା ମଧ୍ୟ ଦେଇଛନ୍ତି । ତେବେ ଏହି ଘଟଣାକୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ଦୃଢ ନିନ୍ଦା କରୁଛି । କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭପତି ପ୍ରଭଜିତ ସିଂ ସାଲୁଜାଙ୍କ ନେତୃତ୍ୟରେ ଏକ ପ୍ରତିନିଧି ଦଳ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଏସଡିପିଓଙ୍କ ଜରିଆରେ ପୋଲିସ ମହାନିର୍ଦେଶନଙ୍କୁ ଦାବି ପତ୍ର ଦେଇଛନ୍ତି । ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିଥିବା ଟାଟା ପାୱାର ବିଦ୍ୟୁତ ବିଭାଗ ଅଧିକାରୀ ତୁରନ୍ତ ଗିରଫ ସହ ଚାକିରୁ ରୁ ବହିସ୍କାର କରିବା ସହ ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବା ପାଇଁ ସମ୍ବାଦିକ ସୁରକ୍ଷା ଆଇନ କରିବାକୁ ଦାବି କରାଯାଇଛି । ଦାବିପତ୍ର ଦେବା ସମୟରେ ପ୍ରେସ କ୍ଲବ ସମ୍ପାଦକ ସୁରଦାସ ବାଗ , କୋଷଧକ୍ଷ ହନି ସିଂ , ଉପସଭାପତି ମନୋଜ ଶର୍ମା ,ସହ ସମ୍ପାଦକ ବିସିକେଷ୍ଣ ମାଝି , ପରାମର୍ଶଦାତା ଆଶିଷ ଖୈତାନ, ଦୂର୍ଗାପ୍ରସାଦ ଗୁପ୍ତା ,ଆନନ୍ଦ ମୋଟେ, ଆଇନ ପରାମର୍ଶଦାତା ବିବେକ ଶର୍ମା , ସଦସ୍ୟ ଜଗମୋହନ ତାଣ୍ଡି , କମଳ ଅଗ୍ରୱାଲ , ଅମିତ ଶର୍ମା ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାସୋଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ସମାରୋହ

masiha

ଦୃଷ୍ଟିହୀନ ମହିଳା ଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ଓ ସରକାରୀ ଯୋଜନା ସାତସପନ 

Sunil Chandra Nayak

ମିଶନଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଈଁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!