ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକଉତ୍ସବ ଅନୁଷ୍ଟିତ 

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକଉତ୍ସବ ଅନୁଷ୍ଟିତ 

ପାଟଣାଗଡ ::ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକଉତ୍ସବ ଆଜି ପାଟଣାଗଡ ଗଙ୍ଗାଧର ପାର୍କ ରେ ଅନୁଷ୍ଠିତ ହୋଇଯାଇଛି. ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ବଲାଙ୍ଗୀର ଏ ଡି ଏମ ପବିତ୍ର ମୋହନ ବେହେରା ଯୋଗଦେଇଥିଲେ, ଅନ୍ୟ ଅତିଥି ରୂପେ ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପାଟଣାଗଡ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ପାଟଣାଗଡ ବିଡ଼ିଓ ସୁମନ ମିଞ୍ଜ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ବେଲପଡା ବିଡିଓ ଙ୍କୁ ମଞ୍ଚାସିନ ପାଇଁ ଡାକିଥିଲେ ମଧ୍ୟ ଅନୁପସ୍ଥିତଥିଲେ, ତାସହ ପାଟଣାଗଡ, ବେଲପଡା ଓ ଖପ୍ରାଖୋଲ ତହସିଲଦାର ଓ ,ପାଟଣାଗଡ ଅତିରିକ୍ତ ଜିଲ୍ଲାପାଳ ଆଦି ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମ କୁ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ ଡ଼ାକିଥିବା କଳାକାର ଓ ଦର୍ଶକ ମାନେ ଭୋକ ରେ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଥିଲା, ଆଉ ଗୋଟେ ଘଟଣା ଜେ ଯେତେବେଳେ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ ସେ ସମୟରେ ପାଟଣାଗଡ ବ୍ଲକ ଓ ଏନ ଏ ସି ଅଧ୍ୟକ୍ଷ ସହ ଖପ୍ରାଖୋଲ, ବେଲପଡା ବ୍ଲକ ଅଧ୍ୟକ୍ଷ ଙ୍କୁ ଷ୍ଟେଜ କୁ ଡକାଯାଇନଥିଲା ଆଉ କାର୍ଯ୍ୟକ୍ରମ ରେ ଷ୍ଟେଜ ରେ ସମ୍ମାନିତ ଓ ପୂଜାଅର୍ଚନା ପରେ ପାଟଣାଗଡ ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ସମୟରେ ସମସ୍ତ ଲୋକ ପ୍ରତିନିଧି ବ୍ଲକ ଓ ଏନ ଏ ସି ଅଧ୍ୟକ୍ଷ ଙ୍କୁ ସଭାମଞ୍ଚ କୁ ଡାକିଥିଲେ କିନ୍ତୁ କେହି ମଞ୍ଚ କୁ ଆସିନଥିଲେ. ଏ ବିଷୟରେ ସାମ୍ବାଦିକ ବନ୍ଧୁମାନେ ଉପଜିଲ୍ଲାପାଳ ଙ୍କ ପ୍ରତିକ୍ରିୟା ନେବାରୁ ସେ କୌଣସି ଉତ୍ତର ଦେଇନଥିଲେ. ସଭା ସ୍ଥଳରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା.କିନ୍ତୁ ଅଧ୍ୟକ୍ଷ ମାନଙ୍କଠାରୁ ସୂଚନା ମିଳିଛି ସେମାନଙ୍କୁ କାର୍ଯ୍ୟକ୍ରମ ର ପୂର୍ବଦିନ 9ତାରିଖ ରାତିରେ ଡାକିଥିବାରୁ ଆସି ନଥିବା ସୂଚନା ମିଳିଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସମ୍ମନିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ, ଉଚ୍ଚତା CMAM ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ

masiha

ରଜକୁଇନ ୨୦୨୩ ମୁକୁଟ ପିନ୍ଧିଲେ ଜଗତପୁର ସାନିଆ

Sunil Chandra Nayak

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

Leave a Comment

error: Content is protected !!