ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

ଆସିକା, ୧୦/୧/୨୫ // ଅଦିନିଆ ବର୍ଷା ଜନିତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ ଆକଳନ କରାଯାଇ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଆଜି ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯଥାର୍ଥ ଓ ନିରପେକ୍ଷ ଆକଳନ କରି ଫସଲର କିସମ ଅନୁଯାୟୀ ଚାଷୀ ଓ ଭାଗ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ,ଫସଲ ହାନି ଜନିତ ଆତ୍ମ ହତ୍ୟା କିମ୍ବା ହୃଦଘାତ ରେ ମୃତ୍ୟୁ ବରଣ କରିଥିବା ଚାଷୀ ପରିବାରକୁ 20 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ପ୍ରଦାନ,ମଣ୍ଡି ବ୍ୟବସ୍ଥାରେ ଅରାଜକତା ବନ୍ଦ କରି ଭଲ ଖରାପ ସମସ୍ତ ଧାନ ଚାଷୀଙ୍କ ଠାରୁ କିଣିବା,କୃଷି ଋଣ ସମ୍ପୂର୍ଣ ଛାଡ କରିବା ଓ ଫସଲ ବୀମା କରିଥିବା ଚାଷୀ ମାନଙ୍କୁ ତୁରନ୍ତ ବିମାରାସି ପ୍ରଦାନ ପାଇଁ ଏଥିରେ ଉଲ୍ଲେଖ ରହିଛି। ଅଜି ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ସମେତ ବ୍ଲକ ସଭାପତି ନରସିଂହ ଦଳବେହେରା,ବ୍ଲକ କମିଟି ସଭ୍ୟ ଯକ୍ଷ ଗମାଙ୍ଗ,ସଞ୍ଜୟ ରଇତ, ମନସ ଭୂୟାଁ,କବି ନାୟକ,ସୁମିତ୍ରା ନାହାକ,ଉଷା ନାୟକ, ସଂତୋଷୀ ନାୟକ ଓ ବନିତା ନାୟକଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ସମବେତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ୍

Related posts

ଅବସରପ୍ରାପ୍ତ ପୋଲିସ ଆସୋସିଏସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର 

ଝାଡ଼ାବାନ୍ତିରେ 15 ରୁ ଅଧିକ ଆକ୍ରାନ୍ତ

masiha

ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!