ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ,

ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ସାଂସ୍କୃତିକ ବାର୍ତ୍ତାବହ ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉସ୍ଛବ ଘୁମୁରା୨୦୨୪ ଏକ ବର୍ଣାଢ୍ୟ ପରିବେଶ ରେ ଉଦଯାପିତ ହୋଇଯାଇଛି । ଆଜି ସକାଳେ ଏକ ବିଶାଳ ସାଂସ୍କୃତିକ ମଶାଲ ଯାତ୍ରା ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ମନ୍ଦିର ନିକଟରୁ ବାହାରି ବ୍ଲକ ପରିସରରେ ପହଞ୍ଚିଥିଲା। ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ବିଡିଓ ଡ. ହିମାଞ୍ଚଳ ମାଝୀ,ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକର ସମସ୍ତ କର୍ମଚାରୀ ଘୁମୁରା ଦୁଲଦୁଲି ର ତାଳେତାଳେ ସାଂସ୍କୃତିକ ଶୋଭାଯାତ୍ରା ସହ ବ୍ଲକ ପରିସରରେ ପହଞ୍ଚିଥିଲେ ।ପରେ ସଂଧ୍ୟା ସମୟରେ ଏକ ବର୍ଣାଢ୍ୟ ପରିବେଶ ରେ ସଭା ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଧର୍ମଗଡ ବିଧାୟକ ମୌଷଧି ବାଗ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ,ଏସ ଡି ପି ଓ ଧିରଜ ଚୋପଦାର,ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନି ମାଝୀ,ତିନିଜଣ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ,ପ୍ରଣବ ଭଏଁସାଲ,ଗୋପିନାଥ ମହାନନ୍ଦ,ସରପଞ୍ଚ ସଂଘ ସଭାପତି ହାତୀରାମ ଦୂର୍ଗା, ସମିତି ସଂଘ ସଭାପତି ସରୋଜ ଶବର, ଯୋଗ ଦେଇଥିଲେ। ଧର୍ମଗଡ ବ୍ଲକ ଉତ୍ସଵର ମୁଖ୍ୟ ସଂଯୋଜକ ବିଡିଓ ହିମାଞ୍ଚଳ ମାଝୀ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ମଞ୍ଚ ପରିଚାଳନା କରିଥଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୁମୁରା ଓ ବିଭିନ୍ନ ଲୋକନୃତ୍ୟ ରେ ଧର୍ମଗଡ ବ୍ଲକ ମଞ୍ଚ ଦୁଲୁକି ଉଠିଥିଲା। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଵିଜାତଳା ବ୍ଲକର ନୂଆଗାଁ ଉପ୍ରା ସ୍କୁଲର ସ୍ନାତକ ଶିକ୍ଷକ ଭାରତେନ୍ଦୁ ମହାନ୍ତ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

ବିଷାକ୍ତ ସାପ କାମୁଡା ରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତର

masiha

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବଣ୍ଟନ 

masiha

Leave a Comment

error: Content is protected !!