ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଜଳବନ୍ଦୀରୁ ମୁଖ୍ୟ ସ୍ରୋତରେ ସାମିଲ ହେବ ୧୬ ଗାଁ , ୧୨୫ କୋଟି ୬୧ ଲକ୍ଷ ବ୍ୟୟ ଅଟକଳ ମଞ୍ଜୁର , ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିର୍ମାଣ ହେବ ସେତୁ

ଇନ୍ଦ୍ରାବତୀ ଜଳବନ୍ଦୀରୁ ମୁଖ୍ୟ ସ୍ରୋତରେ ସାମିଲ ହେବ ୧୬ ଗାଁ , ୧୨୫ କୋଟି ୬୧ ଲକ୍ଷ ବ୍ୟୟ ଅଟକଳ ମଞ୍ଜୁର , ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିର୍ମାଣ ହେବ ସେତୁ

ଭବାନୀପାଟଣା,୧୭|୦୫(ମ ନି ସ) ଦୀର୍ଘ ଦିନର ଅପେକ୍ଷା, ଆଶା ଓ ସଂଘର୍ଷର ଶେଷରେ କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ଐତିହାସିକ ଘୁଟୁରୁଖାଲ ସେତୁ ନିର୍ମାଣ ପାଇଁ ମୋହନ ସରକାରଙ୍କ ଦ୍ୱାରା ୧୨୫ କୋଟି ୬୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହେବା ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଏକ ଐତିହାସିକ ଓ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରିଛି।

ଏହି ସେତୁ କେବଳ ଏକ ନିର୍ମାଣ ପ୍ରକଳ୍ପ ନୁହେଁ, ବରଂ ହଜାର ହଜାର ଜନସାଧାରଣଙ୍କ ସ୍ୱପ୍ନ, ସଂଘର୍ଷ ଓ ଜୀବନ ଜୀବିକାର ନୂତନ ଆଶା ଆଲୋକର ସେତୁ ଅଟେ। ମହୁଲପାଟଣା, ତଳନାଗି, ପୋଡାପଦର, ପାଡେପଦର, ଅଡ୍ରି, ଗୋପୀନାଥପୁର ସହିତ ଜଳବନ୍ଦୀ ଅଞ୍ଚଳର ପାଞ୍ଚ ହଜାରରୁ ଅଧିକ ପରିବାର ପାଇଁ ଏହା ଏକ ଅମୂଲ୍ୟ ଉପହାର ସମାନ। ବର୍ଷରୁ ବର୍ଷ ଧରି ଯେଉଁଠାରେ ନୌକା ହିଁ ଥିଲା ଜୀବନର ଏକମାତ୍ର ଭରସା, ସେଠାରେ ଏହି ସେତୁ ଉନ୍ନତି, ସୁରକ୍ଷା ଓ ସଂଯୋଗର ନୂତନ ଅଧ୍ୟାୟ ଲେଖିବ।

ଘୁଟୁରୁଖାଲ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଦାବୀକୁ ଜାତୀୟ ସ୍ତରରେ ଉଠାଇ ଧରିଥିଲେ ମାନ୍ୟବର ପୂର୍ବତନ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା । ତାଙ୍କର ଦୂରଦୃଷ୍ଟି, ନିଷ୍ଠାପୂର୍ଣ୍ଣ ପ୍ରୟାସ ଓ ଅଦମ୍ୟ ସଂକଳ୍ପର ଫଳସ୍ୱରୂପ ଏହି ସ୍ୱପ୍ନ ଆଜି ସାକାର ହୋଇପାରିଛି। ଦିଲ୍ଲୀ ଲୋକସଭାରେ ଅନେକଥର ଏହି ପ୍ରସଙ୍ଗ ଉଠାଇବା ସହିତ ସରକାରୀ ମଞ୍ଜୁରୀ ପାଇଁ ତାଙ୍କର ଅବିରତ ପରିଶ୍ରମ ନିଶ୍ଚିତଭାବେ ପ୍ରଶଂସାର ପାତ୍ର ହୋଇଥିବା ବେଳେ, ଆଜି ଅଞ୍ଚଳବାସୀଙ୍କ ମନରେ ଯେ ଆନନ୍ଦର ଜୁଆର ଉଠିଛି, ସେଥିରେ ମିଶିଛି ଏକ ନୂତନ ଭବିଷ୍ୟତର ସ୍ୱପ୍ନ। ଏହି ସେତୁ ନିର୍ମାଣ ହେଲେ କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ଜୟପୁର ଓ କୋରାପୁଟ ଜିଲ୍ଲାର ଲକ୍ଷାଧିକ ଲୋକ ଯାତାୟାତ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଜୀବିକାରେ ବହୁତ ଉପକୃତ ହେବେ। ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତିର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଏହି ଐତିହାସିକ ସଫଳତା ଆଗାମୀ ପିଢ଼ୀ ପାଇଁ ଉନ୍ନତିର ଏକ ନୂତନ ଦିଗ ଖୋଲିଦେବ ବୋଲି ଦୃଢ଼ ବିଶ୍ୱାସ ଜନ୍ମିଥିବା ବେଳେ, ଅଞ୍ଚଳବାସୀ ଡବଲ ଇଞ୍ଜିନ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

masiha

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ସମାଜ ସେବୀ ରସିକ ମଙ୍ଗରାଜ ଆଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!