ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ବ୍ଲକରେ ପେଟ୍ରୋଲ ର କଳାବଜାର ?

ସିନାପାଲି ବ୍ଲକରେ ପେଟ୍ରୋଲ ର କଳାବଜାର ?

 ସିନାପାଲି,ତା ୧୭-୫ (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଇଥିବା ବେଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପେଟ୍ରୋଲ ପମ୍ପରେ ଖୁଲମଖୁଲା ବ୍ଲାକରେ ପେଟ୍ରୋଲ ବିକ୍ରି ହେଉଥ‌ିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁସାରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉନଥିବାରୁ ସାଧାରଣ ଗାଡିଚାଳକମାନେ ପେଟ୍ରୋଲ ଓ ଡିଜେଲ ପାଇଁ ଲମ୍ବା ଲାଇନରେ ଅପେକ୍ଷା କରୁଥିବା ବେଳେ ବେପାରୀମାନଙ୍କୁ ଡ୍ରମରେ ତେଲ ଯୋଗାଣ କରାଯାଉଛି। ଅନେକ ପେଟ୍ରୋଲ ପମ୍ପରେ ତେଲ ଶେଷ ହୋଇଯାଉଥିବା ବେଳେ ଟ୍ୟାଙ୍କର ଆସିବା ମାତ୍ରେ ବେପାରୀମାନଙ୍କୁ ଅଗ୍ରାଧିକାର ଦିଆଯାଉଥ‌ିବା ଅଭିଯୋଗ ହେଉଛି। ଏପରିକି ବେପାରୀମାନେ ବିଭିନ୍ନ ପେଟ୍ରୋଲ ପମ୍ପରୁ ତେଲ ନେଇ ଗାଁ ଗାଁରେ ୧୪୦ ଟଙ୍କାରୁ ଅଧିକ ଚଡ଼ା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଫଳରେ ଅନେକ ଜନ ସାଧାରଣ ଅସୁବିଧାରେ ପଡୁଛନ୍ତି । ଲୋକ ସିନାପାଲି ସଦର ପଞ୍ଚାୟତରେ ୪ଟି ପେଟ୍ରୋଲ ପମ୍ପ ରହିଥ‌ିବା ବେଳେ ସେଥିରୁ ୨ଟି ଦୀର୍ଘଦିନ ଧରି ବନ୍ଦ ରହିଛି। ଏହା ବ୍ୟତୀତ ବରଗାଁ, ହାତିବନ୍ଧା ଓ କେନ୍ଦୁମୁଣ୍ଡାରେ ମଧ୍ୟ ପେଟ୍ରୋଲ ପମ୍ପ ରହିଛି। ତେବେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକମାନେ ସହଜରେ ସେଠାରୁ ପେଟ୍ରୋଲ ଓ ଡିଜେଲ ଆଣୁଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଏନେଇ ସିନାପାଲି ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।ଅନ୍ୟପକ୍ଷେ ବରଗାଁ ପେଟ୍ରୋଲ ପମ୍ପରେ କଳାବଜାରୀ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ।ସେଠାରେ ଡ୍ରମରେ ତେଲ ବିକ୍ରି ହେଉଥ‌ିବା ଅଭିଯୋଗ ନେଇ ହୋହାଲ୍ଲା ସୃଷ୍ଟି ହୋଇଥିଲା। ପରେ ସିନାପାଲି ତହସିଲଦାର ଉପାଞ୍ଜଲି ମାଝି, ବିଡିଓ କାର୍ମି ଓରାମ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ କରି ପେଟ୍ରୋଲ ପମ୍ପ ମାଲିକଙ୍କୁ ତାଗିଦ କରି ସରକାରୀନିୟମ ଅନୁସାରେ ପେଟ୍ରୋଲ ଦେବା ପାଇଁ କହିଥିଲେ। ଏହି ସମୟରେ ସିନାପାଲି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ପ୍ରଶାସନ କୌଣସି କଠୋର ପଦକ୍ଷେପ ନେଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସିନାପାଲି ତହସିଲଦାରଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନଙ୍କୁ ପଠାଯିବା ପରେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ଅଧିକାରୀ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related posts

ଭୀମା ପତ୍ରିକାର ଉନ୍ମୋଚନ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ପି.ଆଇ.ଏଲ.ଏଫ୍‌, ଭାରତ ଚାପ୍ଟରର ଅଧ୍ୟକ୍ଷ ହେଲେ  ଡ. ଭବାନୀ ଶଙ୍କର ନିଆଲ

Sunil Chandra Nayak

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!