କଳା ଓ ସଂସ୍କୃତି ଜୀବନର ବୃତ୍ତି ନୁହେଁ ବ୍ରତ :
କଳା ଓ ସଂସ୍କୃତିକୁ ବ୍ରତ କରିବାରେ ଜୀବନର ସାର୍ଥକତା ନିହିତ :
କଳା ଓ ସଂସ୍କୃତି ହିଁ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର :
ଇନର୍ ହୁଇଲ୍ କ୍ଲବ୍ କପିଳାସ,ଢେଙ୍କାନାଳର ନବରାତ୍ରି ପାଳନ ଅବସରରେ ଦାଣ୍ଡିଆ ନାଇଟ୍ -୨୦୨୫ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ : ତା.୩୦.୦୯.୨୦୨୫ ରିଖ : ଢେଙ୍କାନାଳ ସ୍ଥାନୀୟ ଆର୍ କେ ରିଜେନ୍ସି କନ୍ଫରେନ୍ସ ହଲ୍ ରେ ଖୁବ୍ ଶ୍ରଦ୍ଧା ଓ ସମ୍ମାନର ସହ ଇନର୍ ହୁଇଲ୍ କ୍ଲବ୍ କପିଳାସ,ଢେଙ୍କାନାଳର ନବରାତ୍ରି ପାଳନ ଅବସରରେ ଦାଣ୍ଡିଆ ନାଇଟ୍ -୨୦୨୫ ଉତ୍ସବ ମହାସମାରୋହରେ ବଡ଼ ଧୁମ୍ ଧାମ୍ ର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠାନର ପ୍ରେସିଡେଣ୍ଟ ପ୍ରିୟତମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଭବ୍ୟ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ବିଶ୍ବାଳ ସ୍ଵୀୟ ବକ୍ତବ୍ୟରେ କଳା ଓ ସଂସ୍କୃତି ଜୀବନର ବୃତ୍ତି ନୁହେଁ ବ୍ରତ।କଳା ଓ ସଂସ୍କୃତିକୁ ବ୍ରତ କରିବାରେ ଜୀବନର ସାର୍ଥକତା ନିହିତ।କଳା ଓ ସଂସ୍କୃତି ହିଁ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର ହୋଇପାରିବ ବୋଲି
ମଞ୍ଚାସୀନ ଅତିଥି ବୃନ୍ଦ ସ୍ଵୀୟ ଅଭିଭାଷଣରେ ପ୍ରକାଶ କରିଥିଲେ।ରାଷ୍ଟ୍ର ନିର୍ମାଣରେ କଳା ସଂସ୍କୃତିର ଭୂମିକା କେତେ ଯେ ଗୁରୁତ୍ଵପୂର୍ଣ୍ଣ ତାହା ଅବର୍ଣ୍ଣନୀୟ ବୋଲି ବକ୍ତାବୃନ୍ଦ ମତପ୍ରକାଶ କରିଥିଲେ।ଉକ୍ତ ଉତ୍ସବରେ ଦାଣ୍ଡିଆ ନୃତ୍ୟରେ ଅଂଶଗ୍ରହଣ କରିଥିବା ସମସ୍ତ କୃତୀ ଛାତ୍ରୀ ଓ ମହିଳାମାନଙ୍କୁ ପ୍ରଶଂସାପତ୍ର,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସମ୍ମାନିତ କରାଯାଇଥିଲା।ଅନୁଷ୍ଠାନର ସେକ୍ରେଟାରୀ ଅଧ୍ୟାପିକା ଦୀପ୍ତିବାଳା ମିଶ୍ର ମଙ୍ଗଳାଚରଣ ଗାନ କରିବା ସହ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ବାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ,ଧୂପ ଅର୍ପଣ,ପ୍ରଦୀପ ପ୍ରଜ୍ବଳନ ଓ ମଙ୍ଗଳାଚରଣ ଗାନ କରାଯାଇଥିଲା।ତାପରେ ଅନୁଷ୍ଠାନର ସମସ୍ତ ସଭ୍ୟାବୃନ୍ଦଙ୍କ ଦ୍ବାରା ପୁଷ୍ପ,ଚନ୍ଦନ ,ସିନ୍ଦୁର ଅର୍ପଣ ପୂର୍ବକ ଉପସ୍ଥିତ ନାରୀ ଶକ୍ତିମାନଙ୍କୁ ବନ୍ଦନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭ୍ୟା ଓ ଶୁଭେଚ୍ଛୁ ବୃନ୍ଦଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ବେହେରା,ରଂଜିତା ବିଶ୍ୱାଳ,ଇନ୍ଦିରା ଦେବତା,ସୁନିତା ସାହୂ,ମମତା ମିଶ୍ର,ତିଲୋତ୍ତମା ଚୌଧୁରୀ, ଅଳକାବତୀ ସାମଲ,ପୁଷ୍ପରାଣୀ ମିଶ୍ର,ସ୍ୱପ୍ନା ଆଚାର୍ଯ୍ୟ, ବିଶ୍ଵଭାରତୀ ରଥ,ସ୍ମିତା ପ୍ରିୟଦର୍ଶିନୀ,ପ୍ରଣତି ପଣ୍ଡା,ଡ.ଅନୁପମା ମିଶ୍ର,ଗୌତମୀ ନାୟକ,ଟ୍ରେଜେରୀ ଅଫିସର୍ ଢେଙ୍କାନାଳ ପ୍ରମୁଖ ପ୍ରାୟ ପଚାଶ ଜଣଙ୍କ ସକ୍ରିୟ ଯୋଗଦାନ,ସଫଳ ସହଯୋଗ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ଯୋଗୁଁ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ପରିଶେଷରେ ବହୁ ଆଡ଼ମ୍ବର ସହ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଦାଣ୍ଡିଆ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଦର୍ଶକମଣ୍ଡଳୀ ଦ୍ବାରା ବେଶ୍ ଉପଭୋଗ୍ୟ ହୋଇଥିଲା।ବରିଷ୍ଠା ଶିକ୍ଷାବିତ୍, ସମାଜସେବୀ ଓ ଶିକ୍ଷାନେତ୍ରୀ ବିଦ୍ୟୁତ୍ ଲତା ନାୟକ ଇନର୍ ହୁଇଲ୍ କ୍ଲବ୍ କପିଳାସ, ଢେଙ୍କାନାଳ ଅନୁଷ୍ଠାନକୁ ମହାନ୍ ସମାଜସେବା କାର୍ଯ୍ୟରେ ବିନିଯୋଗ କରିବା ପାଇଁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିବା ପାଇଁ ସଭାରେ ମୁକ୍ତ କଣ୍ଠରେ ଘୋଷଣା କରିଥିଲେ।ଅନୁଷ୍ଠାନର ବରିଷ୍ଠ ସଦସ୍ୟା ରଞ୍ଜିତା ବିଶ୍ବାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

