ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ବ୍ଲକ ରେ ଯୋଗ ଦେଇ ଥିବା ନୂତନ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଙ୍କ ଲୋକପ୍ରିୟତା ବଢୁଛି

ପଟ୍ଟାମୁଣ୍ଡାଇ ବ୍ଲକ ରେ ଯୋଗ ଦେଇ ଥିବା ନୂତନ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଙ୍କ ଲୋକପ୍ରିୟତା ବଢୁଛି

      ଶିକ୍ଷାଦାନ କ୍ଷେତ୍ର ରେ ଠକୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

                                                  କେନ୍ଦ୍ରାପଡ଼ା:ପଟ୍ଟାମୁଣ୍ଡାଇ୧୧.୦୬.୨୦୨୫ ପଟ୍ଟାମୁଣ୍ଡାଇ ବ୍ଲକ ରେ କିଛି ଦିନ ହେଲା ଅଜିତ କୁମାର ବାରିକ ଯୋଗ ଦେଇଛନ୍ତି।ସିଏ କମ ଦିନ ଆସିବା ଭିତରେ ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ଥିବା ସମସ୍ତ ସ୍କୁଲ୍ କୁ ପରିଦର୍ଶନ ରେ ଯାଇ ସ୍କୁଲ ର ଭଲ ମନ୍ଦ କଥା ପ୍ରଧାନ ଶିକ୍ଷକ , ଶିକ୍ଷକ ,ଶିକ୍ଷୟତ୍ରୀ,କର୍ମଚାରୀ ଓ ସ୍କୁଲ ର ସଭାପତି ଙ୍କ ଠାରୁ ସ୍କୁଲ ର ସମସ୍ୟା ଆଲୋଚନା କରିଛନ୍ତି।କୋଉ ସ୍କୁଲ ରେ ଶିକ୍ଷକ ଅଭାବ ସିଏ ସ୍କୁଲ କୁ କି ପରି ଶିକ୍ଷକ ଦିଆଯିବ।କୋଉ ସ୍କୁଲ ରେ ଶ୍ରେଣୀ ଗୃହ ର ଅଭାବ ଅଛି ତାହା ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଦିଆଯିବ ,କୋଉ ସ୍କୁଲ ରେ ଅଧିକା ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି ସେଇ ସ୍କୁଲ ରୁ ଶିକ୍ଷକ ଉଠା ଯାଇ ଅଭାବ ଥିବା ସ୍କୁଲ ରେ ଶିକ୍ଷକ ଙ୍କୁ ନିଯୁକ୍ତି କରାଯିବ ତାହା ର ଏକ ତଥ୍ୟ ନେଇ କେମିତି ସମାଧାନ କରାଯିବ ତାହା କୁ ନୂତନ କରି କାର୍ଯ୍ୟ ରେ ଯୋଗ ଦେଇ ଥିବା ପଟ୍ଟାମୁଣ୍ଡାଇ ବ୍ଲକ୍ ଶିକ୍ଷା ଅଧିକାରୀ ଲାଗି ପଡ଼ି ଛନ୍ତି।ପ୍ରତି ସ୍କୁଲ ର ସଭାପତି ଓ ଗାଁ ର ମୂରବୀ ଙ୍କ ସହ ବି ନୂଆ ଶିକ୍ଷାଧିକାରୀ ଆଲୋଚନା କରି ସ୍କୁଲ୍ ର ସମସ୍ୟା କି ପରୀ ସମାଧାନ ହେବ ସେଇ ବିଷୟରେ ପଦକ୍ଷେପ ନେଇଛନ୍ତି।ଅଳ୍ପ ଦିନ କାର୍ଯ୍ୟ ରେ ଯୋଗ ଦେବା ପରେ ସ୍କୁଲ ଛୁଟି ହୋଇ ଗଲେ ମଧ୍ୟ ଅଫିସ ଆସି ସି ଆର ସି ଙ୍କ ସହ ଘନ୍ ଘନ ମିଟିଂ ଡାକି କୋଉ ସ୍କୁଲ ରେ କଣ ସମସ୍ୟା ରହିଛି ସେମାନଙ୍କ ସହ ଆଲୋଚନା କରି ସ୍କୁଲ ଖୋଲିବା ଆଗରୁ ସମସ୍ୟା ର ସମାଧାନ କରାଯିବ ସେଇ କାର୍ଯ୍ୟ ରେ ତପ୍ତର ଅଛନ୍ତି।ବହୁତ୍ କମ୍ ଦିନ ଭିତରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇ ବହୁ ସ୍କୁଲ କୁ ଯାଇ ପରି ଦର୍ଶନ କରି ସ୍କୁଲ ରେ କେମିତି ପାଠ ପଢା ହେଉଛି ତାହା ସ୍କୁଲ ର ସଭାପତି ଓ ଅଭିଭାବକ ଙ୍କ ସହ ଆଲୋଚନା କରି ତାହା ର ତୁରନ୍ତ ସମାଧାନ କରି ଥିବାରୁ ପଟ୍ଟାମୁଣ୍ଡାଇ ବ୍ଲକ୍ ଜନସାଧାରଣ ଙ୍କ ପାଖରେ ଆସ୍ଥାଭାଜନ ହୋଇ ପାରିଛନ୍ତି।ଆଗରୁ ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ଅସଜଡା ହୋଇ ପଡ଼ି ଥିବା ଶିକ୍ଷା ବ୍ୟବସ୍ଥା କୁ ସଜାଡି ବାରେ ଲାଗି ପଡିଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ୍ ଶିକ୍ଷାଧିକାରୀ ଅଜିତ କୁମାର ବାରିକ।ଆଉ କିଛି ଦିନ ପରେ ଖରାଦିନ ଛୁଟି ସରି ସ୍କୁଲ୍ ଖୋଲିବ ସେଥି ପାଇଁ ଛୁଟି ରେ ବହୁ ସ୍କୁଲ୍ ପରିଦର୍ଶନ କରି ସ୍କୁଲ ରେ ରୋଷେଇ ଘର ଠିକ୍ ଅଛି କି ନାହିଁ ,ସ୍କୁଲ୍ ଗୁଡିକ ର ପରିବେଶ ସଫାସୁତରା ଅଛି କି ନାହିଁ ତାହା ସ୍କୁଲ୍ ର ପ୍ରଧାନ ଶିକ୍ଷକ ଓ ସ୍କୁଲ୍ ର ସଭାପତି ଙ୍କ ସହ ଆଲୋଚନା କରି ତାହା ର ସମାଧାନ କରି ବାରେ ଲାଗି ପଡ଼ି ଛନ୍ତି।ଯାହା ହେଉ ପଟ୍ଟାମୁଣ୍ଡାଇ ବ୍ଲକ ରେ ନୂତନ ଶିକ୍ଷାଧିକାରୀ ଙ୍କୁ ପାଇଁ ବ୍ଲକ୍ ରେ ଥିବା ସମସ୍ତ ସ୍କୁଲ୍ ର ଅଭିଭାବକ ଓ ସ୍କୁଲ୍ ର ସଭାପତି ଙ୍କ ମନ୍ ରେ ଆନନ୍ଦ ଖେଳି ଯାଇଛି।କିଛି ସାମ୍ବାଦିକ ତାଙ୍କୁ ଭେଟି ପଚାରି ବୁଝି ଥିଲେ ସ୍କୁଲ ର ସମସ୍ୟା ଉପରେ ସିଏ କହିଲେ ମୁଁ କମ ଦିନ ଭିତରେ ଆସି ବହୁ ସ୍କୁଲ୍ ର ସମସ୍ୟା କୁ ସଜାଡି ବାରେ ଲାଗିଛି।ଆଗକୁ ଥିବା ସ୍କୁଲ ରେ ଶିକ୍ଷକ ଅଭାବ ସମସ୍ୟା ନ ରହି ପାରେ ବୋଲି ସିଏ କଥା ଦେଇଛନ୍ତି।ସିଏ କହିଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ରେ ଥିବା ସମସ୍ତ ସ୍କୁଲ୍ ରେ କେମିତି ପାଠପଢ଼ା ଠିକ୍ ଭାବରେ ହେବ ସେଥି ପ୍ରତି ଦୃଷ୍ଟି ଦେବେ। ଛାତ୍ର ଓ ଛାତ୍ରୀ ଙ୍କୁ ଦିଆ ଯାଉ ଥିବା ମିଡିଆ ମିଲ ଉପରେ ମଧ୍ୟ ଧ୍ୟାନ ଦେବେ ବୋଲି ସିଏ କିଛି ସ୍କୁଲ୍ ର ସଭାପତି ଓ ବୁଦ୍ଧିଜୀବୀ,ସାମ୍ବାଦିକ ଓ କିଛି ଅବିଭାବକ ଙ୍କୁ କହିଛନ୍ତି।ଯୋଉ ସ୍କୁଲ୍ ରେ ଶିକ୍ଷକ ଅଭାବ ଅଛନ୍ତି ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ଦେଲେ ତାହା ପୂରଣ କରାଯିବ ବୋଲି କହିଛନ୍ତି।ସ୍କୁଲ ଖୋଲିବା ପରେ ଯୋଉ ସ୍କୁଲ୍ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ୍ ଠିକ୍ ସମୟ ରେ ଯାଆନ୍ତି ନାହିଁ କିମ୍ବା ସ୍କୁଲ୍ ପାଠ ପଢା ରେ ସମୟ ନ ଦେଇ ଠକିବା ରେ ଥାଆନ୍ତି, ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ସେଇ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପ୍ରକାଶ କରିଛନ୍ତି।ଯାହା ହେଉ ପଟ୍ଟାମୁଣ୍ଡାଇ ବ୍ଲକ ରେ ନୂତନ ଶିକ୍ଷାଧିକାରୀ ଙ୍କ ଯୋଗ ଦାନ ରେ ବହୁ ଅସଜଡ଼ା ସ୍କୁଲ୍ କୁ ସଜାଡି ପାରି ଥିବାରୁ ଶିକ୍ଷକ ,ବୁଦ୍ଧିଜୀବୀ ଓ ଅଭିଭାବକ ଙ୍କ ମହଲ ରେ କମ ଦିନ ଭିତରେ ପ୍ରଶଂସା ସାଉଁଟି ବାରେ ଲାଗି ପଡିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ 

Related posts

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

masiha

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ  ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ

masiha

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

Leave a Comment

error: Content is protected !!