ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

ଲକ୍ଷ୍ମୀପୁର ୧୨/୦୬/୨୫  —  ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୋରାପୁଟ ଜିଲ୍ଲାରେ ବିକାଶ ମେଳା ପୋଲିସ ପ୍ୟାରେଡ ପଡ଼ିଆରେ ଠାରେ ଗୁରୁବାର ଠାରୁ ଆରମ୍ଭ ହୋଇ ଯାଇଚି।ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।ଏଥିରେ ୭୦ ଟି ଷ୍ଟଲରେ ପଲ୍ଲୀଶ୍ରୀ ଏବଂ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହେଉଛି ।ଏହି ସ୍ଥଳରେ ଲୋକମାନେ ପାରମ୍ପରିକ ଖାଦ୍ୟର ମଜ୍ଜା ନେ଼ଇ ପାରିବେ । ଏଥିସହ ପ୍ରତିଦିନ ସନ୍ଧ୍ୟାରେ ମେଲୋଡି, ଆଦିବାସୀ ନୃତ୍ୟ ଏବଂ ପୁରୁଣା ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।ଏହି ଅବସରରେ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ବସଷ୍ଟାଣ୍ଡ ପରିସରରେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵତନ୍ତ୍ର ସଫେଇ ଅଭିଯାନ ର ଶୁଭାରମ୍ଭ କରିଥିଲେ।ନିଜେ ଜିଲ୍ଲାପାଳ ଝାଡୁ ଧରି ବସଷ୍ଟାଣ୍ଡ ପରିସରକୁ ସଫା କରୁଥିବା ଦେଖିବାକୁ ମିଳିଥିଲା। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କାଉନସିଲର ମାଲେଶ୍ୱର ରାଓ,ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଙ୍କ ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସଫେଇ ଅଭିଯାନ ରେ ସାମିଲ ହୋଇଥିଲେ।ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବିକାଶ ବାହନ ର ଶୁଭାରମ୍ଭ କରିବା ପରେ ପୋଲିସ ପ୍ୟାରେଡ ପଡ଼ିଆ ଠାରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଥିଲେ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରେ ଉକ୍ତ ବାହନ ପରିଭ୍ରମଣ କରି ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚେଇବ ବୋଲି ବିଧାୟକ ଶ୍ରୀ ମାଛ କହିଛନ୍ତି ।ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିବା ସେ କହିଛନ୍ତି।କୋରାପୁଟ ସହରରେ ବସଷ୍ଟାଣ୍ଡ ଏବଂ ବାଇପାସ୍ ରାସ୍ତା ନିର୍ମାଣ ଲୋକମାନଙ୍କର ରହିଥିବା ସ୍ବପ୍ନକୁ ଆଜିର ସରକାର ପୂରଣ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି ।ଏହାପରେ ଅତିଥି ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ପୋଲିସ ପଡ଼ିଆରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ କାଉନସିଲର ଓ ପଞ୍ଚାୟତରାଜ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। କୋରାପୁଟ ବିଡିଓ ଦେବାଶିଷ ଗୌଡ଼, କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ,କୋରାପୁଟ ବନାଞ୍ଚଲ ଅଧିକାରୀ ଏସ କେ ପାହାଡ ସିଂ ଯୋଗଦେଇ ପରିଚାଳନା କରିଥିଲେ। 

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ହିଞ୍ଜିଳିକାଟୁ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା: ସିଡ୍ୟୁଲ ରେଟ୍‌ରୁ କମ୍ ଦରରେ ବିଡ୍ କଲେ ସଂଘ ନିର୍ଧାରିତ ରାଶି ସଂଘକୁ ଜମା ପ୍ରସ୍ତାବ ଆଲୋଚନା 

ସେକ୍ଟର ୧୯ ଥାନାରେ ଆମ ପୁଲିସ ର ବୈଠକ 

Sunil Chandra Nayak

ପ୍ରଶାସନିକ କୋର୍ଟ ଅଚଳ ପ୍ରସଙ୍ଗ : ବିଧାନସଭାରେ ପ୍ରସଙ୍ଗ ଉଠେଇଲେ ଉମରକୋଟ ବିଧାୟକ 

Sunil Chandra Nayak

Leave a Comment

error: Content is protected !!