ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର 

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର 

ନବରଙ୍ଗପୁର:( ତା ୨୬ / ୧୧/୨୦୨୪)(ରବି ନାରାୟଣ ମହାନ୍ତି)ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରି କହିଲେ ଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁଙ୍କୁ ସୁରକ୍ଷା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ସମାଜର ଶିଶୁକୁ ପରିବାର ଦରକାର । ଶିଶୁଟିର ଆଇନ ଅନୁଯାୟୀ ପୋଷ୍ୟ ଗ୍ରହଣ କରାଗଲେ ତାପାଇଁ ପରିବାରଟି ସୁରକ୍ଷିତ ହୋଇ ପାରିବ । ଏଥି ସହିତ ଜିଲ୍ଲାରେ ଦାଦନ ଶ୍ରମିକ ଭାବରେ ଯାଇଥିବା ପରିବାରଙ୍କର ଶିଶୁମାନଙ୍କର ତାଲିକା ଅଙ୍ଗନବାଡି ସ୍ତରରେ ରଖିବା ପାଇଁ ନିର୍ଦେଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ନିଜର ବକ୍ତବ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ସହିତ ଆଇନ ଅନୁଯାୟୀ ପୋଷ୍ୟ ଗ୍ରହଣର ଶିଶୁଙ୍କର ସଂଖ୍ୟା ବୃଦ୍ଧି ପାଇଁ ସମାଜର ସବୁ ବର୍ଗର ଲୋକଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରମ୍ଭରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜରିଆରେ ୨୯ଟି ଶିଶୁଙ୍କୁ ଆଇନ ଅନୁଯାୟୀ ପୋଷ୍ୟ ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ଗ୍ରାମରେ ଏକ ମାସ ଧରି ହେବାକୁ ଥିବା ଆଇନ ଅନୁଯାୟୀ ପୋଷ୍ୟ ଗ୍ରହଣ ଉପରେ ବ୍ୟାପକ ଜନ ସଚେତନତା କରାବାର ଯୋଜନା ସୂଚନା ଦେଇଥିଲେ । ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର ନିଜର ବକ୍ତବ୍ୟରେ ସମାଜର ଅବହେଳିତ ଶିଶୁମାନଙ୍କର ସମସ୍ୟା ଓ ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷି ଅଧିକ୍ଷକ ଆଦିତ୍ୟ ସେନ , ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ,ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଅଜନ୍ତା ପ୍ରୀୟ ଶୁଭଦର୍ଶିନୀ , ଶିକ୍ଷାବିତ ଅବନୀ କୁମାର ତ୍ରିପାଠୀ , ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ, ଅଙ୍ଗନ ଷ୍ଟ୍ରଟ ସଯୋଜିକା ପ୍ରଭାସିନୀ ପଟ୍ଟନାୟକ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ସାଗର ପଟ୍ଟନାୟକ , ସିଡ଼ିପିଓ ଏସେ ଗୀତା, ଯମୁନା ଭତ୍ରା , ସଞ୍ଜୁକ୍ତା ବେହେରା , ଗୀତା ମିଶ୍ର , ବିନୀତା ଜେଠି, ମିନତୀ ବେହେରା , ସସ୍ମିତା ମହାନ୍ତି, ସବିତାରାଣୀ ବ୍ରହ୍ମା , ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜରମାନେ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଆଇନ ଅନୁଯାୟୀ ପୋଷ୍ୟ ଗ୍ରହଣର ବିଭିନ୍ନ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ରାଜପୁର ଦଳ ବିଜୟୀ

Sunil Chandra Nayak

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ କଟକ ସଦରରେ ବୋଇତ ବନ୍ଦାଣ ଉତ୍ସବ,ସମ୍ବର୍ଧନା ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ 

masiha

Leave a Comment

error: Content is protected !!