ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା +୩ ମହାବିଦ୍ୟାଳୟରେ ବନମହୋତ୍ସବ

କୌଶିକ ବାବା +୩ ମହାବିଦ୍ୟାଳୟରେ ବନମହୋତ୍ସବ

କର୍ଲାମୁଣ୍ଡା, ୧୦/୦୯ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର କୌଶିକ ବାବା +୩ ମହାବିଦ୍ୟାଳୟରେ “ବନ ମହୋତ୍ସବ” ଯୁବ ରେଡକ୍ରସ ପରାମର୍ଶଦାତା ତଥା ଶିକ୍ଷା ଅଧ୍ୟାପକ ସମୀର ପଧାନଙ୍କ ତତ୍ୱାବଧାନରେ ପାଳିତ ହୋଇ ଯାଇଛି I ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ, ସମ୍ମାନିତ ଅତିଥି ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ବାଗ, ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ I ମହାବିଦ୍ୟାଳୟ ପରିସରରେ ୧୦୦ ଗୋଟି ବୃକ୍ଷ ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମଚାରୀ ବସନ୍ତ କୁମାର ସାହୁ, ଚମ୍ପୁଲାଲ ରଣା, ଡୋଲେଶ୍ୱର ରଣା, ପ୍ରଦୀପ ଭୋଇ ସହଯୋଗ କରିଥିଲେ I

Related posts

ଡିସେମ୍ବର ୨୨ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ସମ୍ବର୍ଦ୍ଧିତ ହେବେ ବସନ୍ତ, ମନୋଜ, କାହ୍ନୁଚରଣ ଏବଂ ଆଶୁତୋଷ….

masiha

ତେରେସିଂହା ରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

ଅମିତ ସାହା ଙ୍କ ମନ୍ତବ୍ୟ ବିରୁଦ୍ଧରେ ବହୁଜନ ସଂଗ୍ରାମ ସମିତିର ଜୁନାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ 

masiha

Leave a Comment

error: Content is protected !!