ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ.; ନବ କଳେବର ଡଃ ହରେକୃଷ୍ଣ ମହତାବ ଭବନ ଏବଂ ବଡବନ୍ଧ ରେ ନୌକା ବିହାର ଲୋକାର୍ପିତ 

ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ.; ନବ କଳେବର ଡଃ ହରେକୃଷ୍ଣ ମହତାବ ଭବନ ଏବଂ ବଡବନ୍ଧ ରେ ନୌକା ବିହାର ଲୋକାର୍ପିତ 

 ମୟୂରଭଞ୍ଜ ତା. ୩୧/୦୮ ( ମସିହା)ଆଜି ମୟୂରଭଞ୍ଜ ଜିଲ୍ଲାର ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିବା ଦିତୀୟ ବୃହତ୍ତମ ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୪ ମହାସମାରୋହ ରେ ପାଳିତ ହୋଇଯାଇଛି ।

ଏହି ଅବସରରେ ପୌରପାଳିକା ତରଫରୁ ପ୍ରତ୍ଯୁଷରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସହରରେ ରାମଧୂନ ସଙ୍ଗୀତ,ପରିବେଷଣ,ପରେ ସକାଳ ୭ ଘଟିକା ସମୟରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିତାମ୍ବର ନାୟକ , ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ ଓ ଅନ୍ୟାନ୍ୟ ପାରିଷଦ ବୃନ୍ଦ ଏବଂ କର୍ମଚାରୀ ଙ୍କ ଉପସ୍ଥିତି ରେ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ସମବେତ ଜାତୀୟ ସଂଗୀତ ଗାନ କରାଯାଇଥିଲା. ।ପରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ।ପରେ ପରେ ପୂର୍ବାହ୍ନ ୮.୪୫ ରେ ରାଇରଙ୍ଗପୁର ଷ୍ଟାଡିୟମ ପଡିଆରେ. ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ସାମୁହିକ ପ୍ୟାରେଡ ରେ ମୟୁରଭଞ୍ଜ ର ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ. । ମୁଖ୍ୟ ଅତିଥି କହିଥିଲେ ରାଇରଙ୍ଗପୁର ପୌରପାଳିକାର ଗୌରବମୟ ଇତିହାସ ଅଛି ।ଏହି ପୌରପାଳିକାର ଉପାଧ୍ଯକ୍ଷା ଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସେ ନିଜେ ପୌରାଧ୍ଯକ୍ଷ, ରାଇରଙ୍ଗପୁର ବିଧାୟକ ବର୍ତମାନ ମୟୂରଭଞ୍ଜ ସାଂସଦ ଅଛନ୍ତି ।ଅତିତରେ ରାଇରଙ୍ଗପୁର ପୌରପାଳିକା ଓଡ଼ିଶାର ଶ୍ରେଷ୍ଠ ଦିତୀୟ ପୌରପାଳିକା ପାଇଁ ପୁରସ୍କୃତ ହୋଇଥିଲା । ରାଇରଙ୍ଗପୁର ପୌରପାଳିକା ର ବିକାଶ ପାଇଁ ଅର୍ଥ ର ଅଭାବ ନାହିଁ ।କେବଳ ସମସ୍ତ ଜନପ୍ରତିନିଧି ଓ ଅଂଚଳ ବାସୀଙ୍କ ମିଳିତ ପ୍ରୟାସ ଓ ସହଯୋଗ ଆବଶ୍ୟକ ଅଟେ ।ପୌର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ସମସ୍ତରାଇରଙ୍ଗପୁର ସହର ବାସୀଙ୍କୁ ଏହି ଅବସରରେ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।ପୌରପାଳିକା ତରଫରୁ ସହର ବାସୀଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ । କୌଣସି ବ୍ୟକ୍ତିଙ୍କୁ ହଇରାଣ କରାଯିବ ନାହିଁ । ସମସ୍ତଙ୍କୁ ସରକାରୀ ଗାଇଡ଼ ଲାଇନ ଅନୁସାରେ ସହାୟତା ଦିଆଯିବ ।ସହରର ଗମନାଗମନ, ବିଜୁଳି, ପାନୀୟ ଜଳ,ସ୍ବଚ୍ଛତା ସବୁକୁ ଗୁରୁତ୍ବ ଦିଆଯାଉଛି ।ତଦସହ କଲ୍ୟାଣ ମଣ୍ଡପ,ଖେଳପଡିଆ, ପଥଚାରୀ ଙ୍କ ପାଇଁ ଚଲାପଥ,ସେଲଫି ପଏଣ୍ଟ,ଆହାରକେନ୍ଦ୍ର,ଅନାଥଙ୍କ ପାଇଁ ଆଶ୍ରୟ ସ୍ଥଳୀ,ଜିମ୍ , ଶ୍ମଶାନ ଘାଟ,ପାର୍କ,ବେକାର ଯୁବକଙ୍କୁ ଦୋକାନ ଘର, ଭୂମିହୀନଙ୍କୁ ଗୃହ ,ବୃଦ୍ଧ,ବୃଦ୍ଧା,ବିଧବା,ଦିଵ୍ଯାଙ୍ଗ ମାନଙ୍କୁ ଭତ୍ତା,ଇତ୍ୟାଦିକୁ , ଶୌଚାଳୟ ଇତ୍ୟାଦିକୁ ଗୁରୁତ୍ବ ଦିଆଯାଇଛି । ଆଗକୁ ଆହୁରି ବିକଶିତ କରିବା ପାଇଁ ପୌରପାଳିକା ତରଫରୁ ପ୍ରଚେଷ୍ଟା ଚାଲିଛି । ତେଣୁ ସହରବାସୀଙ୍କ ସହଯୋଗ ଏକାନ୍ତ କାମ୍ୟ ।ପରେ ପୌରପାଳିକା ତରଫରୁ କାରାଗାର ଅନ୍ତେବାସୀ ଓ ଉପଖଣ୍ଡ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।

ପୂର୍ବାହ୍ନ ୧୧ ଘଟିକା ସମୟରେ ରାଇରଙ୍ଗପୁର ବ୍ଳକ ଓ୍ବାସନ କାର୍ଯ୍ୟାଳୟରେ ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ପୁନଃ ନବୀକରଣ ହୋଇଥିବା ଡଃ ମହତାବ ଭବନ ଏବଂ ବଡବନ୍ଧ ଠାରେ ନୂତନ ନୌବିହାର ପ୍ରକଳ୍ପ ଜନସାଧାରଣ ଙ୍କ ଉଦେଶ୍ୟ ରେ ଲୋକାର୍ପିତ ହୋଇଥିଲା.‌।

      ପରେ ସାଂସଦ ନବ ଚରଣ ମାଝୀ,ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ, କାଉନସିଲରବୃନ୍ଦ ବହୁ ପ୍ରତିକ୍ଷିତ ନବ କଳେବର ଡଃ ହରେକୃଷ୍ଣ ମହତାବ ଭବନ ଏବଂ ଵଢବନ୍ଧ ନୌକା ବିହାର ଘାଟକୁ ଯାଇ ଶୁଭ ଉଦ୍ଘାଟନ କରିଥିଲେ । ସାଂସଦ ଓ ପୌରାଧ୍ଯକ୍ଷ ସମେତ କାଉନସିଲର ବୃନ୍ଦ ମୋଟର ଚାଳିତ ଡଙ୍ଗାରେ ଵଡବନ୍ଧ ଜଳାଶୟର ମଜା ଭରପୁର ନେଇଥିଲେ ।ଅପରାହ୍ନ ରେ ମହତାବ ଭବନ ଠାରେ କୌତୁକ ପୋଷାକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।

       ଆଜିର ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ ଦିଲୀପ କୁମାର ମହାନ୍ତି, ଯନ୍ତ୍ରୀ ଇଂ ମୃତ୍ୟୁଞ୍ଜୟ ପହି,ତନ୍ମୟ ସାହୁ,ମନୋଜ ମଣ୍ଡଳ, ନୀଳକଣ୍ଠ ବିଶ୍ଵାଳଙ୍କ ସମେତ ସମସ୍ତ ପୌର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ,ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍

Related posts

ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ଉଦଘାଟନ ସିଧାପ୍ରସାରଣ କାର୍ଯ୍ୟକ୍ରମ

masiha

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

masiha

ରାଇରଙ୍ଗପୁର ଠାରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!