ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:(ତା ୩୦/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମାର ଥାନା ପରିସରରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝରୀଗାଁ ଥାନାର ଥାନା ଅଧିକାରୀ ତପନ କୁମାର ପତି ଅଧ୍ୟକ୍ଷତା କରିଥିବା ବେଲେ ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କ ସମେତ ବୁଦ୍ଧିଜୀବୀ,ଆଇନଜୀବି,ଜନ ପ୍ରତିନିଧି ,ବ୍ୟବସାୟୀ , ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଶ୍ରୀ ପତି ସଡ଼କ ସୁରକ୍ଷା ତଥା ଛୋଟଛୋଟ ପିଲା ବା ନାବାଳକ ମାନଙ୍କୁ ଯାନବାହାନ ନ ଦେବା ,ମଦ୍ୟପାନ କରି ଯାନବାହାନ ନଚଳେଇବା ,ବାଲ୍ୟ ବିବାହ ରୋକିବା,ପୁଅଝିଅ ମାନଙ୍କୁ ଶିକ୍ଷିତ କରିବା , ଯୁବବର୍ଗଙ୍କୁ ସଚେତନ କରିବା, ଅନ୍ଧ ବିଶ୍ୱାସ ଉପରେ ସଚେତନ ହେବା ଆଦି ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ |ପୋଲିସ କର୍ମଚାରୀ ମହେଶ ପଟ୍ଟନାୟକ ବିଶେଷ କରି ସାଇବର କ୍ରାଇମ ଉପରେ ସଚେତନ କରିବା ସହ କିଛି ଘଟଣାର ଉଦାହରଣ ମଧ୍ୟ ଦେଇଥିଲେ ଓ ଅଶ୍ଳୀଳ ଭିଡିଓ କୁ ଟଚ ନକରିବା ଓ ଅଜଣା ନମ୍ବରରୁ କଲ ଆସିଲେ ତାକୁ ନଉଠେଇବା, ନିଜ ଓଟିପି ଅନ୍ୟ କାହାରିକୁ ମଧ୍ୟ ପ୍ରଦାନ ନକରିବା ପାଇଁ ପରାମର୍ଶ ଦେଇଥିଲେ |ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ମଧ୍ୟରେ ଏସ ଆଇ ରାଜୁ ବଞ୍ଜାରା, ଏସ ଆଇ କେଦାରନାଥ ରାଉତ, ଏ ଏସ ଆଇ ମମତା ସେଠୀ, ହାବିଲଦାର ମୁରଲୀଧର ବିଷୋୟୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ |

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ 

masiha

ଓଡ଼ିଆ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ 

Sunil Chandra Nayak

ପଂଚାୟତରାଜ ପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!