ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦ

ବଲାଙ୍ଗିର ତା ୩ /୯ ବଲାଙ୍ଗିର ଜ଼ିଲ୍ଲା ଆଗଲପୁର ବ୍ଲକ ର ରୋତ ଗାଁ ରେ ବିଂଝାଲ ସମାଜର ଇଷ୍ଟ ଦେବୀ ମା ବିନ୍ଧ୍ୟବାସିନୀ ଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଆଗଲପୁର ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଗୀତାଞ୍ଜଳି ଦାଶ, ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା ଭୂମି ପୂଜନ କରିଥିଲେ l ଭୂମି ପୂଜନ ଅବସରରେ ଅନୁଷ୍ଠିତ ସଭାରେ ରୋତ ସରପଞ୍ଚ ସଭା ପରିଚାଳନା କରିଥିଲେ l ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ବ୍ଲକ ସଭାପତି କୁଶ ବରିହା ଙ୍କ ସହିତ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ରୁ ଉକ୍ତ ମନ୍ଦିର ନିର୍ମାଣ ପାଇଁ ଚାରି ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି l ଆଗଲପୁର ବ୍ଲକ ଅଞ୍ଚଳ ରେ ବିଂଝାଲ ସମାଜର ଇଷ୍ଟ ଦେବୀ ବିନ୍ଧ୍ୟବାସିନୀ ମନ୍ଦିର ପ୍ରତିଷ୍ଠା ଦ୍ୱାରା ବିଂଝାଲ ସମାଜର ସଂସ୍କୃତି, ଦେବଦେବୀ ପୂଜା ପଦ୍ଧତି ସୁରକ୍ଷା ହୋଇପାରିବ ଏବଂ ସାଂସ୍କୃତିକ ଉତ୍ସବ, ଯାନିଯାତ୍ରା ମାଧ୍ୟମରେ ସମାଜରେ ଏକତା ଅଖଣ୍ଡତା ହୋଇ ପାରିବ ବୋଲି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରକାଶ କରିଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

masiha

ଶ୍ରୀ କୃଷ୍ଣଙ୍କ ନାମକରଣ ଉତ୍ସବ 

Sunil Chandra Nayak

ଅଞ୍ଚଳବାସୀଙ୍କ ଦାବି ପୂରଣ ହେଲା , ଆସନ୍ତା ୪ ତାରିଖରୁ ଲାଞ୍ଜିଗଡ଼ରୋଡ଼ରେ ରହିବ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ ଟ୍ରେନ୍

Sunil Chandra Nayak

Leave a Comment

error: Content is protected !!