ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦ

ବଲାଙ୍ଗିର ତା ୩ /୯ ବଲାଙ୍ଗିର ଜ଼ିଲ୍ଲା ଆଗଲପୁର ବ୍ଲକ ର ରୋତ ଗାଁ ରେ ବିଂଝାଲ ସମାଜର ଇଷ୍ଟ ଦେବୀ ମା ବିନ୍ଧ୍ୟବାସିନୀ ଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଆଗଲପୁର ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଗୀତାଞ୍ଜଳି ଦାଶ, ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା ଭୂମି ପୂଜନ କରିଥିଲେ l ଭୂମି ପୂଜନ ଅବସରରେ ଅନୁଷ୍ଠିତ ସଭାରେ ରୋତ ସରପଞ୍ଚ ସଭା ପରିଚାଳନା କରିଥିଲେ l ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ବ୍ଲକ ସଭାପତି କୁଶ ବରିହା ଙ୍କ ସହିତ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ରୁ ଉକ୍ତ ମନ୍ଦିର ନିର୍ମାଣ ପାଇଁ ଚାରି ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି l ଆଗଲପୁର ବ୍ଲକ ଅଞ୍ଚଳ ରେ ବିଂଝାଲ ସମାଜର ଇଷ୍ଟ ଦେବୀ ବିନ୍ଧ୍ୟବାସିନୀ ମନ୍ଦିର ପ୍ରତିଷ୍ଠା ଦ୍ୱାରା ବିଂଝାଲ ସମାଜର ସଂସ୍କୃତି, ଦେବଦେବୀ ପୂଜା ପଦ୍ଧତି ସୁରକ୍ଷା ହୋଇପାରିବ ଏବଂ ସାଂସ୍କୃତିକ ଉତ୍ସବ, ଯାନିଯାତ୍ରା ମାଧ୍ୟମରେ ସମାଜରେ ଏକତା ଅଖଣ୍ଡତା ହୋଇ ପାରିବ ବୋଲି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରକାଶ କରିଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଶୁଣ୍ଢୀଗୁଡା ଗ୍ରାମରେ ନିଆଁ ଲାଗି ୧ ଟି ଧାନ ଗଦା ପୋଡି

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାନପୋଷ ଇକୋ କ୍ଲବ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ସଚେତତା କାର୍ଯ୍ୟକ୍ରମ 

masiha

ଆସନ୍ତା ୨୪ରୁ ବିଶ୍ବନାଥପୁରରେ ବିରାଟ ଧନୁଯାତ୍ରା ମହୋତ୍ସବ

masiha

Leave a Comment

error: Content is protected !!