ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ:-ତା.03/09/2023-// ରାୟଗଡ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଭାସ୍କର ରୋଇତ ସମେତ କାର୍ଯ୍ୟଳୟର ସମସ୍ତ କର୍ମଚାରୀଙ୍କ ସମିଳିତ ଉଦ୍ୟମ ଫଳରେ କାର୍ଯ୍ୟଳୟ ପରିସରରେ ଉଠିଥିବା ଅନାବନା ଘାସ ବୁଦ୍ଧା, ଏଣେ ତେଣେ ପରି ଅପରିଷ୍କାର ଦେଖାଯାଉଥିବା ନୋଇଲା ଆବର୍ଜନା ସବୁ ତକ ସଫା କରିଥିଲେ l ଏହି ମଇଳା ଆବର୍ଜନା ଯୋଗୁଁ ବର୍ଷା ଦିନରେ କର୍ମଚାରୀଙ୍କୁ ଓ ଜନସାଧାରଣଙ୍କୁ ଯେପରି ଡେଙ୍ଗୁ, ମେଲେରିଆ ଆଦି ରୋଗ ନହୁଏ ସେଥିପାଇଁ ଆଜିର ଏହି ପ୍ରୟାସ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ପ୍ରଧାନ କହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୋଇତ କହିଥିଲେ ସଫାସୁତୁରା ରହିବା ସମସ୍ତଙ୍କ ଅଧିକାର ଓ ଦାୟିତ୍ୱ l ରୋଗ ବ୍ୟାଧି ଯେମିତି ନ ବ୍ୟାପେ ସେଥିପାଇଁ ପରିବେଶ ସଫାସୁତୁରା ନିହାତି ଆବଶ୍ୟକ l ପ୍ରଥମେ ଜିଲ୍ଲା କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ଯାହାକି ପରବର୍ତ୍ତୀ ସମୟରେ ବ୍ଲକ ଓ ଗ୍ରାମ ପଂଚାୟତ ସ୍ତଗରରେ ମଧ୍ୟ୍ୟ ବ୍ୟାପକ ଭାବେ ସଫାସୁତୁରା କରିବାକୁ ନିର୍ଦେଶ ଦିଆଯିବ ବୋଲି କହିଥିଲେ l ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନାରାୟଣ ମିଶ୍ର,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା କ୍ରୀଡା ଅଧିକାରୀ ଜନାବ ଶେଖ ଆଲେନୁର,ବଡ଼ବାବୁ ଗିଁ.ସି. ସ୍ୱାଇଁ, ଟୁନା ରଂଗଲି,ବବିତା ପଣ୍ଡା, ରାମକୃଷ୍ଣ ସାହୁ, ସମସ୍ତ ବରିଷ୍ଠ, କନିଷ୍ଠ ରାଜସ୍ୱ ସହାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିହାର ପାଣିଗ୍ରାହୀ ତେନ୍ତୁଳିଖୁଣ୍ଟି ବ୍ଲକ ଟପ୍ପର ,ବ୍ଳକର 20 ଟି ହାଇସ୍କୁଲ ର 1310 ରୁ 1287 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

masiha

ଯୁବ ବିଜ୍ଞାନ ଶିକ୍ଷକ ବିପ୍ଳବ ବେହେରାଙ୍କ ପରଲୋକ

Sunil Chandra Nayak

ରାଜନଗର ବ୍ଲକ ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ, ଡିଜିଟାଲ ସମୟରେ ବି ଜନ ସାଧାରଣ ଙ୍କୁ ଠକୁଛନ୍ତି ସ୍କୁଲ ବିଇଓ

masiha

Leave a Comment

error: Content is protected !!