ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରେଇପାଲି ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀ

ଛତିଶଗଡ ରାଜ୍ୟର ମହାଶମୁନ୍ଦ ଜ଼ିଲ୍ଲା ର ସରେଇପାଲି ଠାରେ ଏକ ବିଶାଳ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l 

ଛତିଶଗଡ ରାଜ୍ୟରେ ୧୨ ଆଦିବାସୀ ସମ୍ପ୍ରଦାୟ 1.ସାଓଁରା, ସଉରା , 2. ଭରିଆ, ଭୂଇଁଆ 3 ପାଣ୍ଡୋ , 4.ଧନୁୱାର, ଧନୁହାର , 5 ଗଦବା ,6 ଗୋଂଡ , 7 କୋନ୍ଦ , 8 କୋଡ଼ାକୁ 9 ଧନଗଡ଼ 10 କିସାନ 11.ନାଗେସିଆ , 12 ବିନଝିଆ ବିଂଝାଲ କୁ ଛତିଶଗଡ ଆଦିବାସୀ ତାଲିକାରେ ସାମିଲ କରିଥିବାରୁ ଛତିଶଗଡ ସର୍ବ ଆଦିବାସୀ ସମାଜ, ଶବର ସମାଜ, ଅଧିକାର ବଞ୍ଚିତ ଆଦିବାସୀ ସଂଘର୍ଷ ସମିତି ତରଫରୁ ଅଭିନନ୍ଦନ ସମାରୋହ ଆୟୋଜନ କରାଯାଇଥିଲା.ଏହି ବିଶାଳ ଆଦିବାସୀ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଡ଼ ରମଣ ସିଂ,କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ,ଲୋକସଭା ସାଂସଦ ଚୂନ୍ନିଲାଲ ସାହୁ,ଶବର ସମାଜ ର ସଭାପତି ପିଏଲ ସିଦ୍ଧାର, ଭୁଇୟା ସମାଜ ସଭାପତି ଅଜିତ ଦେହେରୀ, ବିନଝିଆ ସମାଜ ସଭାପତି ଭୁବଲ ସିଂ ସିଦାର, କିସାନ ନାଗେସିଆ ସମାଜ କରନ ନାଗେସିଆ, କୋଡ଼ାକୁ ସମାଜ ସଭାପତି ଅର୍ଜୁନ କୁଜୁର, କୋନ୍ଦ ସମାଜ ସଭାପତି ସୁରେଶ ଶିକ୍ୟା, ପାଣ୍ଡୋ ସମାଜ ସଭାପତି ପୱନ ସିଂ ପ୍ରମୁଖ ମଞ୍ଚାସିନ ଥିଲେ l ଆଦିବାସୀ ସମ୍ମିଳନୀ ରେ ୫0 ହଜାର ରୁ ଉର୍ଦ୍ଧ ଆଦିବାସୀ ଉପସ୍ଥିତ ଥିଲେ l ଆଦିବାସୀ ମହାସଭା ରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଦିବାସୀ କାର୍ଯ୍ୟ ରାଜ୍ୟ ମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲୋକସଭା ସାଂସଦ ଚୂନ୍ନିଲାଲ ସାହୁ ଙ୍କୁ ରାଜ୍ୟ ଶବର ସମାଜ, କୋନ୍ଦ ସମାଜ, ବିଂଝାଲ ସମାଜ, କିସାନ ସମାଜ, ଭୂଇଁୟା ସମାଜ, ଧନୁୱାର ସମାଜ ତରଫରୁ କୃତଜ୍ଞତା ଧନ୍ୟବାଦ ଏବଂ ଅଭିନନ୍ଦନ ଜ୍ଞାପନ କରିଥିଲେ l ସୂଚନା ଯୋଗ୍ୟ ଯେ ଛତିଶଗଡ ର 42 ଟି ଆଦିବାସୀ ସମ୍ପ୍ରଦାୟ ରେ ସାଓଁରା, ସଉରା , ଭରିଆ, ଭୂଇଁଆ ପାଣ୍ଡୋ , ଧନୁୱାର, ଧନୁହାର , ଗଦବା ଗୋଂଡ , କୋନ୍ଦ , କୋଡ଼ାକୁ ଧନଗଡ଼ କିସାନ ନାଗେସିଆ ବିନଝିଆ ଆଦିବାସୀ ଅଂଶ ବଂଶ ଗୋଷ୍ଠୀ ସମୁଦାୟ କୁ ସାମିଲ କରିବା ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟସଭା ରେ ବିଜେଡି ତରଫରୁ କେନ୍ଦ୍ର ଆଦିବାସୀ କାର୍ଯ୍ୟ ମନ୍ତ୍ରୀ ଦ୍ୱାରା ଆଗତ ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ଆଇନ ବିଧେୟକ ଉପରେ ଆଲୋଚନା କରି ସଂଶୋଧନ ବିଲ କୁ ସମର୍ଥନ କରିଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO

Sunil Chandra Nayak

ନିଆରା ରାକ୍ଷୀ ର ସମ୍ଭାର ,ବିଭିନ୍ନ ମହିଳା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଓ ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ 

Sunil Chandra Nayak

ଚେପଟିଆମ୍ବ ଘାଟିରେ ଅଟୋ ଓଲଟି ୯ ଆହତ, ୫ ଗୁରୁତ୍ତର 

masiha

Leave a Comment

error: Content is protected !!