ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମମତା ପ୍ରକଳ୍ପ ଜାଗୃତି ଦ୍ଵାରା ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ

ମମତା ପ୍ରକଳ୍ପ ଜାଗୃତି ଦ୍ଵାରା ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ

ଧର୍ମଗଡ ବ୍ଲକ ବଡବସୁଲ ଅନ୍ତର୍ଗତ ଜୟ ମାଁ ଦୁର୍ଗା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ବେସରକାରୀ ସଂସ୍ଥା ମମତା ( Health Institute for Mother and Child) ପ୍ରକଳ୍ପ ଜାଗୃତି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମକୁନ୍ଦ ଶବର ସଭାପତିତ୍ବ କରିଥିବା ବେଳେ, କର୍ତ୍ତବ୍ୟର ପ୍ରକଳ୍ପ ନିର୍ଦେଶକ ରାଜେଶ ପଟ୍ଟନାୟକ ସମ୍ମାନୀତ ଅତିଥି ଓ ମମତାର ଜିଲ୍ଲା କାର୍ଯକ୍ରମ ପରିଚାଳିକା ବର୍ଷାରାଣୀ ଦାସ ମଞ୍ଚାସିନ ଥିଲେ। ଅତିଥି ମାନେ ଏହି ଦିବସର ମହତ୍ତ୍ଵ ସମ୍ପର୍କରେ କହିବା ସହିତ ବାଳିକା ଶିକ୍ଷାର ମହତ୍ତ୍ଵ, ଚରିତ୍ର ଗଠନ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ କମ୍ ବୟସରେ ବିବାହ କରିବା ଦ୍ୱାରା ଶାରୀରିକ, ମାନସିକ, ସାମାଜିକ ଓ ଆର୍ଥିକ ସ୍ତରରେ ପଡ଼ୁଥିବା କୁପ୍ରଭାବ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଏହି ଅବସରରେ ଭଲ ପାଠ ପଢୁଥିବା ଅଷ୍ଟମ ଶ୍ରେଣୀର କଲ୍ୟାଣୀ ଶବର, ଅର୍ଚ୍ଚିତା ଶବର, କୈଶିକା ମଙ୍ଗରାଜ, ନବମ ଶ୍ରେଣୀର ଦିପାଳି ମଶ୍ରା, ଲକି ଶବର, ରଶ୍ମିତା ଶବର ଓ ଦଶମ ଶ୍ରେଣୀର ମାମୁନି ନାଏକ, ଯୋଗିତା ଶବର, ଅଞ୍ଜଳି ଶବର ଏହି ୯ଜଣ ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରୀମାନେ ଉଚ୍ଚ କୋଟିର ସଚେତନ ଧର୍ମି ନାଟକ ଓ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷା ର ମହତ୍ତ୍ଵ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ସେ ସଂପର୍କରେ ଏକ ସଚେତନ ମୂଳକ ଭିଡିଓ ଦେଖାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଖୁସିରାମ ସା ସଭା ପରିଚାଳନା କରିଥିବାବେଳେ ହଷ୍ଟେଲ ପରିଚାଳିକା ସୂର୍ଯ୍ୟ ନାୟକ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷକ ମନୋରଞ୍ଜନ ସାହୁ, ଶକ୍ତିରାଜ ଠାକୁର, ସୁରେଶ ଚନ୍ଦ୍ର ଦାସ, ଅନନ୍ତ ପଣ୍ଡା, ଦିବ୍ୟ ରଞ୍ଜନ ମେହେର, ଅମରେଶ ଭଇସାଲ, ପ୍ରଶାନ୍ତ ସାଗର ଓ ମମତା ସଂସ୍ଥାର ତାପସ ବାଗ, ମିନତୀ ପଟ୍ଟନାୟକ, ରାଜେନ୍ଦ୍ର ମାହୋତ, ଶିବାନୀ ଧଙ୍ଗଡାମାଝୀ, ଧନଞ୍ଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

ଗୋଟିଏ ଦିନରେ ଭୁବନରେ ଦୁଇ ଦୁଇଟି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା/ବୋଲେରୋ ଧକ୍କାରେ ଚାଲିଗଲା ଦୁଇ ନାବାଳକ ସାଙ୍ଗଙ୍କ ଜୀବନ

Sunil Chandra Nayak

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରୀଙ୍କୁ ସ୍ଵାଗତ 

masiha

Leave a Comment

error: Content is protected !!