ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଆପାଳ ସ୍ବାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର,୨୮/୦୨/୨୩ – ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ବାଲିଆପାଳିଆ ସ୍ବାଭିମାନ ମଞ୍ଚ ପକ୍ଷରୁ ୫ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ବାଲିଆପାଳର ଲୋକ ସଂଖ୍ୟା ଦୁଇ ଲକ୍ଷ ଛବିଶ ହଜାର ହୋଇଥିବା ବେଳେ, ସଦ୍ୟ ପ୍ରକାଶିତ ସରକାରଙ୍କ ୧୪୭ ଟି ୫-ଟି (5T) ମେଡିକାଲ ତାଲିକାରେ ବାଲିଆପାଳ ମେଡିକାଲର ସ୍ଥାନ ନାହିଁ । ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକରେ ୧୪ ଟି ପଞ୍ଚାୟତ ଥିବା ବେଳେ ବାଲିଆପାଳରେ ୨୮ଟି ପଞ୍ଚାୟତ ରହିଛି । ପୁଣି ବସ୍ତା ମେଡିକାଲରୁ ବାଲେଶ୍ଵର ୩୦ କିଲୋମିଟର ହୋଇଥିବା ବେଳେ ବାଲିଆପାଳରୁ ୫୦ କିଲୋମିଟର । ପୁଣି ସରକାର ସାରା ରାଜ୍ୟରେ ସବୁଠି ବାଲି ଖାଦାନ ଚାଲିଥିବା ବେଳେ ବାଲେଶ୍ବର ଜିଲ୍ଲାରେ ପ୍ରଶାସନ ପରିବେଶ ସୁରକ୍ଷାର ଦ୍ୱାହି ଦେଇ ସମସ୍ତ ବାଲି ଖାଦାନ ବନ୍ଦ ରଖିଥିବାରୁ ଲୋକ ମାନେ ଟ୍ରାକ୍ଟର ପିଛା ୪ ହଜାର ଟଙ୍କାରେ ବାଲି କିଣୁଛନ୍ତି । ଖାଦାନକୁ ନେଇ ବଞ୍ଚିଆସୁଥିବା ହଜାର ହଜାର ଲୋକ ଛଟପଟ ହେଉଛନ୍ତି । ସେହିପରି ଏକମାତ୍ର ପର୍ଯ୍ୟଟନ ସ୍ଥଳୀ ଡଗରା ବେଳାଭୂମିରେ ଦିନ କୁ ଦିନ ଅସାମାଜିକ ଲୋକଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଉଥିବାରୁ ସେଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ ନିର୍ମାଣ ଏବଂ ପ୍ରସ୍ତାବିତ କୋର୍ଟକୁ ତୁରନ୍ତ ବାଲିଆପାଳରେ ନିର୍ମାଣ କରିବାକୁ ମଞ୍ଚ ଦାବି କରିଛି । ସର୍ବଦା ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକକୁ ସର୍ବଦା ଉପେକ୍ଷା କରାଯାଉଥିବାରୁ ଆସନ୍ତା ମାର୍ଚ୍ଚ ମାସ କୋଡ଼ିଏ ତାରିଖ ସୁଦ୍ଧା ଏ ସମସ୍ତ ଦାବି ପୂରଣ ନହେଲେ ସ୍ଵାଭିମାନୀ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜେନ ଜେଡ ଙ୍କ ଦ୍ଵାରା ମହମ୍ମଦ ରଫି ସଙ୍ଗୀତ

Sunil Chandra Nayak

ଅଯୋଧ୍ୟାକୁ ରାଉରକେଲା ଦେଇ ଟ୍ରେନ୍‍ ପ୍ରଚଳନ ହେଉ

masiha

ବନ ସୁରକ୍ଷା ପାଇଁ ରାୟଗଡ଼ା ବନ ବିଭାଗର ଦକ୍ଷତା ବୃଦ୍ଧି: ଅସ୍ତ୍ର ଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!