ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବ୍ଲକ ସଦର ମହକୁମାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଝରିଗାଁ ବ୍ଲକ ସଦର ମହକୁମାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

ନବରଙ୍ଗପୁର:(ତା ୧୨/୦୮)(ରବି ନାରାୟଣ ମହାନ୍ତି) ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରେ ବିଧାୟକ ନରସିଂହ ଭତ୍ରାଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରଥମେ ଉମରକୋଟ ବ୍ଲକର ବଡ଼ଭରଣ୍ଡି ସ୍ଥିତ ସହିଦ୍ ବଗା ପୂଜାରୀଙ୍କ ସହିଦ୍ ସ୍ତମ୍ଭ ନିକଟରେ ପୂର୍ବତନ ବିଧାୟିକା ପରମା ପୂଜାରୀଙ୍କ ଉପସ୍ଥିତିରେ ସହିଦଙ୍କ ସ୍ମୃତି ଚାରଣ କରିବା ପରେ ତ୍ରିରଙ୍ଗା ସଜ୍ଜିତ ଶତାଧିକ ମୋଟର ସାଇକେଲ ଝରିଗାଁ ବ୍ଳକର ଧୋଡ୍ରା , ବକଡ଼ାବେଡ଼ା,ଧାମନାଗୁଡା, ଚାଟିଗୁଡା, କାନାକୋଟ ଆଦି ପଞ୍ଚାୟତ ଦେଇ ଝରିଗାଁ ବ୍ଲକ ସଦର ମହକୁମାରେ ଅପରାହ୍ନ ତିନି ଘଣ୍ଟା ସମୟରେ ପହଞ୍ଚିଥିଲା। ଝରିଗାଁରେ ପହଁଞ୍ଚିବା କ୍ଷଣି ଏହି ତ୍ରିରଙ୍ଗା ଯାତ୍ରାକୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଭବ୍ୟ ସ୍ୱାଗତ୍ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ବିଧାୟକ ନରସିଂହ ଭତରା,ରାୟଗଡା ଜିଲ୍ଲା ବିଜେପି ପ୍ରଭାରୀ ଗୋବିନ୍ଦ ଜୈନ,ଝରୀଗାଁ ନିର୍ବାଚନ ମଣ୍ଡଳୀ ସଂଯୋଜକ ଚନ୍ଦ୍ରଭାନୁ ନାୟକ, ଝରୀଗାଁ ମଣ୍ଡଳ ସଭାପତି ଗଣପତି ସାହୁ, ଧୋଡ୍ରା ମଣ୍ଡଳ ସଭାପତି ମନୁରାଜ ଗଣ୍ଡ, ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ, ଝରୀଗାଁ ଯୁବମୋର୍ଚ୍ଚା ସଭାପତି ଗଜେନ୍ଦ୍ର ପାଣ୍ଡେ, ଯୁବମୋର୍ଚ୍ଚା ଜେନେରାଲ ସେକ୍ରେଟାରୀ ସୁଦାମ ତିୱାରୀ, ପିଙ୍କୁ ତିୱାରୀ, ଫିରୋଜ୍ ସୋଡଙ୍ଗି, ସୁଜନ ଭକ୍ତ, ପଞ୍ଚାନନ ବୋବାଳି,ଶଙ୍କର ସାହୁ, ପ୍ରଫୁଲ୍ଲ ପ୍ରଧାନୀ, ବିକି ରଥ, ରଂଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆମେ ସ୍ବପ୍ନ ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ମା କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା: କୁମରବର ଦାସ

Sunil Chandra Nayak

ବିବାହିତା ମହିଳାଙ୍କ ଆତ୍ମହତ୍ୟା

masiha

Soorya Krishnamoorthy to be coveted with 15th Bharat Muni Samman.

masiha

Leave a Comment

error: Content is protected !!