ପୁଲିଙ୍ଗପଦର ଗ୍ରାମ ଠାରେ ଥୁଆମୁଳ ରାମପୁର ତାଲୁକ ଆଇନ ପ୍ରାଧିକରଣ ସମିତି ପକ୍ଷରୁ “ନାଳସା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ
ଥୁଆମୁଳ ରାମପୁର:୨୯/୦୮ – (ମନିସ):- ଭାରତର ଆଇନ ବ୍ଯବସ୍ଥାର ନାଳସା(ଜାତୀୟ ଆଇଗତ ସେବା ପ୍ରାଧିକରଣ ହେଉଛି ଗରିବ, ଅସହାୟ ଏବଂ ସମାଜର ପଛୁଆ ବର୍ଗଙ୍କୁ ବିନା ମୂଲ୍ୟରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ଗଠିତ ଏକ ସର୍ବୋଚ୍ଚ ସଂସ୍ଥା, ୧୯୮୭ ମସିହାର ଆଇନ ସେବା ପ୍ରାଧିକରଣ ଅଧିନୀୟମ ଅଧିନରେ ଏହା କାର୍ଯ୍ୟ କରେ। ଏହାକୁ ସାଧାରଣ ଭାଷାରେ ଯଦି ଆପଣ “ଅଘୋଷିତ ଆଇନ” ସନ୍ଦର୍ଭରେ ଏହାକୁ ବୁଝିବାକୁ ଗଲେ ଏହାର ଅର୍ଥ ହେଉଛି – ଅନେକ ସମୟରେ ଅତି ଗରିବ କିମ୍ବା ଆଇନ ବିଷୟରେ ଅଜ୍ଞାନ ରହିଥିବା ଲୋକମାନେ ନିଜର ଅଧିକାର ଜାଣିପାରନ୍ତି ନାହିଁ। ସେମାନଙ୍କ ପାଇଁ ନାଳସା ଏକ ‘ଅଘୋଷିତ ରକ୍ଷାକବଚ ସଦୃଶ୍ୟ କାମ କରେ, ଯାହା କୋର୍ଟ – କଚେରୀ ମାମଲାରେ ମାଗଣାରେ ଓକିଲ ଯୋଗାଇବା ସହ ନ୍ଯାୟ ପ୍ରଦାନ କରିଥାଏ। ନାଳସା ର କାର୍ଯ୍ୟ ଏବଂ ସୁବିଧା ଗୁଡିକ ବିଷୟରେ ଜନସାଧାରଣ ଙ୍କୁ ଅଧିକରୁ ଅଧିକ ସଚେତନ ସୃଷ୍ଟି କରିବା ପାଇଁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ତାଲୁକ ଆଇନ ପ୍ରାଧିକରଣ ସମିତି ପକ୍ଷରୁ ଗୁଣୁପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପୁଲିଙ୍ଗପଦର ଗ୍ରାମରେ ତାଲୁକ ଆଇନ ପ୍ରାଧିକରଣ ସମିତିର ଅଧ୍ଯକ୍ଷ ତଥା ଜେଏମଏଫ୍ କୋର୍ଟ ବିଚାରପତି ଡଃ, ତାରିଣୀ ପ୍ରସାଦ ସାହୁଙ୍କ ପ୍ରତ୍ୟେକ ତତ୍ବାବଧାନ ସମ୍ବେଦନଶୀଳ ଜନଜାତି ମାନଙ୍କର ନ୍ଯାୟ ପ୍ରବେଶ କୁ ସୁଦୃଢ କରିବା ଯୋଜନା ୨୦୨୫କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓକିଲ ସଂଘ ସଭାପତି ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ସମାଜ ସେବି କାର୍ତ୍ତିକ ମାଝୀ,ଖଣ୍ତୁଆଳ ମାଳି ସୁରକ୍ଷା କମିଟିର ସମ୍ପାଦକ ବ୍ରିଟିଶ ନାଏକ, ସାନୁ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ। ନାଳସା – ଜାତୀୟ ଆଇନ ସେବା ପ୍ରାଧିକରଣ କଣ ତାଉପରେ ବିଚାରପତି ଡଃ, ସାହୁ ସରଳ ଓ ପୁଙ୍ଖାନୁପୁଙ୍ଖ ଭାବରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିଥିବା ବେଳେ ଅନ୍ଯାନ୍ଯ ବକ୍ତା ମାନେ ନିଜ ନିଜ ବ୍ଯକ୍ତବ୍ଯ ଉପସ୍ଥାପନ କରିଥିଲେ। ଟିଏଲଏସ ସି ର କ୍ଳର୍କ ଜିମି ବେହେରା ଓ ଅଜିତ ନେଗୀ ସହଯୋଗ କରିଥିବା ବେଳେ କୋର୍ଟର ବରିଷ୍ଠ କିରାଣୀ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

