ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଙ୍କ ପରଲୋକ, ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା 

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଙ୍କ ପରଲୋକ, ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା 

ଭବାନୀପାଟଣା :ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ସେ ଶେଷନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ନିଜ ପରିବାର ସହିତ ସେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ। ହେଲେ ଶନିବାର ସକାଳେ ସେ ଉଠିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ଏକ କପ ଚା’ ପିଇ ଶୋଇପଡ଼ିଥିଲେ ଯେ ଆଉ ଉଠି ନ ଥିଲେ। ଏହା ଥିଲା ତାଙ୍କର ଶେଷନିଦ୍ରା। ଡ. ପଲଉ ପ୍ରଧାନ କଳାହାଣ୍ଡି ଜିଲାର ଧର୍ମଗଡ଼,ଜୟପାଟଣା ଭବାନୀପାଟଣା ଓ ପାଷ୍ଟିକୁଡି ଭଳି ବିଭିନ୍ନ ଡାକ୍ତର ଖାନାରେ ରହି ନିଜ କାର୍ଯ୍ୟକୁ ସୂଚାରୁ ରୁପେ ପ୍ରତିପାଦନ କରିଥିଲେ। କେବଳ ସେ ଜଣେ ଡାକ୍ତର ନ ଥିଲେ, ବରଂ ଅନେକଙ୍କ ପାଇଁ ଏକ ଆଶାର ଆଲୋକ ଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ଦୟା ଏବଂ ନିଃସୱାର୍ଥପର ସେବା ସମାଜରେ ସ୍ବାସ୍ଥ୍ୟସେବାର ମାନକୁ ବଢ଼ାଇଥିଲା। ଆଜିର ଯୁଗରେ ଯେଉଁଠାରେ ଡାକ୍ତରୀ ଚିକିତ୍ସା ପ୍ରାୟତଃ ତରବରିଆ ହୋଇଯାଇଛି, ସେଠାରେ ଡାକ୍ତର ପ୍ରଧାନ ପ୍ରତ୍ୟେକ ଶିଶୁଙ୍କୁ ସମ୍ମାନର ସହ ଦେଖି, ତାଙ୍କ କଥାକୁ ଗଭୀର ଭାବରେ ଶୁଣି ଏବଂ ପ୍ରକୃତ ଯତ୍ନ ନେଇ ସମସ୍ତଙ୍କଠାରୁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ପରଲୋକ ଖବର ଶୁଣି କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳି ଯାଇଛିl ତାଙ୍କରୀ ବିୟୋଗ ରେ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଅମଲା ଭବନ ଠାରେ ଏକ ସୃତି ସଭା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସିଡିଏମ୍ଓ ନିହାରେନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ପାତ୍ର, ବରିଷ୍ଟ ସାମ୍ବାଦିକ ଉମା ଶଙ୍କର କର, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶାନ୍ତନୁ କୁମାର ବେହେରା, କଳାହାଣ୍ଡି ବଣିକ ସଂଘ ସଭାପତି ବିଜୟ କୁମାର ସାହୁ, କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର ପୂର୍ବତନ ରାଜ୍ୟ ସମ୍ପାଦକ ହୃଷୀକେଶ ମିଶ୍ର, ଜିଲ୍ଲା ଯୋଜନା କମିଟି ସଦସ୍ୟ ପ୍ରଶାନ୍ତ ଠାକୁର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମ୍ପାଦକ ଶରତ ଚନ୍ଦ୍ର ନାୟକ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ସଭାପତି ରଜନୀ କାନ୍ତ ମିଶ୍ର,ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ପ୍ରଶାନ୍ତ ପଣ୍ଡା, ସମାଜ ସେବୀ ଭବାନୀ ଶଙ୍କର ନିଆଲ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଭବାନୀ ମନହୀରା, ଅମରେଶ ପାଢ଼ୀ, ତାପସ ମହାନ୍ତି, ଶୁଭମ ରହିଲା, ଚିତ୍ତ ରଞ୍ଜନ ବିଶି, ଶିବ ଶଙ୍କର ନାଏକ, ପୃଥ୍ୱୀରାଜ ନିଆଲ, ଛବିଲାଲ ନିଆଲ, ମନ ପ୍ରଧାନ,ଅଜୟ କୁମାର ଡ଼ାକୁଆ,ଦୀପକ ସାହୁ ଯଶକେତନ ଡ଼ି ମାଝୀ,ପ୍ରମୁଖ ସ୍ବର୍ଗତ ଡାକ୍ତର ପଲଉ ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

masiha

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!