ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଂଜନ ଦାସଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଂଜନ ଦାସଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ 

 କଟକ: ୪୨ ମୌଜା ପଟଣା ଗ୍ରାମର ଗର୍ବ ଓ ଗୌରବ ଡକ୍ଟର ମନୋରଂଜନ ଦାସ ଯେ କି ପଦ୍ମଶ୍ରୀ (୨୦୦୪) କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର,କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର,ସାରଳା ପୁରସ୍କାର ଲାଭ କରିଥିଲେ ଏଥି ସହ ସହ କାଠ ଘୋଡ଼ା,ଆଗାମୀ ଅଗଷ୍ଟ ୯,ବକ୍ସି ଜଗବନ୍ଧୁ,ବିତର୍କିତ ଅପରାହ୍ନ,ବନ ହଂସି,ଅରଣ୍ୟ ଫସଲ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ନନ୍ଦୀ କିଶୋରୀ ଭଳି ପ୍ରାୟ ୩୦ ଟି ନାଟକ ଓ ତାଙ୍କ ଆତ୍ମଜୀବନୀର ସ୍ମୃତି ସଂଳାପ ଆଦି ଲେଖି ଖୁବ୍ ଚର୍ଚ୍ଚିତ । ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଭାପତି ସରୋଜ ନଳିନୀ ପରିଜା,ଉପଦେଷ୍ଟା ପ୍ରବନ୍ଧିକ ଇଂ.ସେବକ ଶ୍ରୀକାନ୍ତ,କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ, ଆଦର୍ଶ ଶିକ୍ଷକ ମିହିର ନାୟକ,ସନ୍ତୋଷ ଭୋଇ, ଏବଂ ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

ଡାବୁଗାଁରେ ରଥକାଠ ଅନୁକୂଳ 

Sunil Chandra Nayak

ପଞ୍ଚାୟତ ସମିତି କାର୍ଯ୍ୟାଳୟ, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!