ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ପାଣିର ଗାର କାଦବେଡ଼ା :ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ:ଝରଣା ପାଣି ଭରସା 

ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ପାଣିର ଗାର କାଦବେଡ଼ା :ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ:ଝରଣା ପାଣି ଭରସା 

ତେନ୍ତୁଳିଖୁଣ୍ଟି ୨୩/୦୭/୨୫ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତ ର ସୀମାନ୍ତ ଗ୍ରାମ କା ଦ ବେଡ଼ା ରେ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ। ଗ୍ରାମ ବାସୀ ଙ୍କ ନିତ୍ୟ ବ୍ୟବହାର ସ୍ନାନ ଶୌଚ ଆଦି ପାଇଁ ମଧ୍ୟ ଝରଣା ଜଳ ହିଁ ଭରସା। ଗ୍ରାମ ରେ ରହନ୍ତି ଦଶ ପରିବାର। ସେମାନଙ୍କ ଜୀବିକା କୃଷି ତଥା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହକରି ବିକ୍ରୟ । ଡ଼ାଇକ୍ ରୁ କାଦବେଡ଼ା ପର୍ଯ୍ୟନ୍ତ ତିନି କିଲୋମିଟର ରାସ୍ତା ଆଜି ଯାଏଁ ପକ୍କା ହୋଇ ପାରୁନି। ଡ଼ା ଇକ୍ ଠାରୁ ଗୋଟିଏ କିଲୋମିଟର ରାସ୍ତା ୧୯୯୭ ମସିହାରେ ପିଚୁ କରାଯାଇଥିଲା ବର୍ତ୍ତମାନ ପିଚୁ ର ଚିହ୍ନ ବର୍ଣ୍ଣ ଟିକେ ଟିକେ ଦେଖା ଯାଉଛି। ପାନୀୟ ଜଳ ବ୍ୟବସ୍ଥା ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳ କୁ ବ୍ୟବହାର କରି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି କିନ୍ତୁ ଗୌଡ଼ ଦେଓ ପାଲି ପଞ୍ଚାୟତ ର କା ଦ ବେ ଡ଼ା ,ଭୀମ କୁଟ, ଡ଼ା ଇକ୍, ଚିଙ୍ଗ ଡି ସର୍ ,ଘୁଶୁରା ଗୁଡ଼ା , ପିପଲ ଗୁଡ଼ା ,ହିରୁ ଗୁଡ଼ା ଆଦି ଆଠ ଗ୍ରାମ ଦୀପ ତଳ ଅନ୍ଧାର ନ୍ୟାୟ ରେ ବଞ୍ଚିତ। ନଳ କୂପ ଖନନ ପାଇଁ ଗାଡ଼ି ଗ୍ରାମ କୁ ଯାଇ ପାରୁନି କହି କା ଦ ବେଢା ଗ୍ରାମ କୁ ନଳ କୂପ ରୁ ବଞ୍ଚିତ କରାଯାଇଛି। ସାମାନ୍ୟ ଚେଷ୍ଟା କଲେ ଗାଡ଼ି ଯାଇ ପାରିବ କିନ୍ତୁ ଗାଡ଼ି ସହ କୌଣସି ଅଧିକାରୀ ଆସୁ ନ ଥିବାରୁ ଗାଡ଼ି ଯାତାୟାତ ଅସୁବିଧା ନାମ ରେ ଖନନ ଗାଡ଼ି ଫେରି ଯାଉଛି। ବିଗତ ବର୍ଷ ବିଡ଼ିଓ ମନୋଜ ପାଣିଗ୍ରାହୀ ଉକ୍ତ ଗ୍ରାମ ପରିଦର୍ଶନ ରେ ଯାଇ ପାନୀୟ ଜଳ ସମସ୍ୟା ସମାଧାନ ପ୍ରତିଶୃତି ଦେଇ ରକ୍ଷା କରି ନ ପାରିବା ସ୍ପଷ୍ଟ କରୁଛି। ଡ଼ା ଇକ୍ ରେ ବିଧାୟକ ଗୌରୀ ଶଙ୍କର ମାଝୀ ରାତ୍ରି ଯାପନ ପରେ ମଧ୍ୟ ଏହି ଆଠ ଗ୍ରାମ ର ପାନୀୟ ଜଳ ସମସ୍ୟା ଓ ରାସ୍ତା ସମସ୍ୟା ସମାଧାନ ପ୍ରତି ଶ୍ରୁତି ଦେଇଥିଲେ। ବର୍ତ୍ତମାନ ବର୍ଷା ଋତୁ ରେ ଝରଣା ଜଳ ବ୍ୟବହାର କା ଦ ବେଢା ବାସୀ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେଦୂର ଠିକ୍ । ତୁରନ୍ତ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସରପଞ୍ଚ ପ୍ରମିଳା ମୁଦୁଲି ମଧ୍ୟ ପଞ୍ଚାୟତ ର ଉପରୋକ୍ତ ଗ୍ରାମ ଗୁଡ଼ିକ ର ରାସ୍ତା ସମସ୍ୟା ଓ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବହୁ ବାର ପ୍ରଶାସନ ସ୍ତର ରେ ଲିଖିତ ଅନୁରୋଧ ଓ ବୈଠକ ରେ ଉପସ୍ଥାପନ କରିବା ସତ୍ତ୍ୱେ ସମାଧାନ ହୋଇ ପାରି ନଥିବା କହିଛନ୍ତି। ମନରେଗା ରେ କା ଦ ବେଢା କୁ ବର୍ତ୍ତମାନ ରାସ୍ତା କାମ ହାତକୁ ନିଆଯାଇଛି ମନରେଗା ଅର୍ଥ ବିଳମ୍ବ ଯୋଗୁଁ କାମ ମନ୍ଥର ଥିବା କହିଛନ୍ତି ସରପଞ୍ଚ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରଥମ ଥର ନଟରାଜ ମନ୍ଦିର ଫୁଲବାଣୀ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଦୂରଦର୍ଶନ ରେ କଲେ ନୃତ୍ୟ ପରିବେଷଣ କଲେ

Sunil Chandra Nayak

ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!